ମରିଚିକୋଟରୁ ଉଠିଲା ବ୍ୟାରିକେଡ୍

ଏଣିକି ସହଜ ହେବ ଶ୍ରୀ ଜିଉଙ୍କ ଦର୍ଶନ। ମରିଚିକୋଟ ଠାରୁ ବ୍ୟାରିକେଡ ହଟାଇ ଦିଆଯାଇଛି। ଏବେ ଭକ୍ତମାନେ ସ୍ଥାୟୀ ବ୍ୟାରିକେଡ ଦେଇ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇପାରିବେ। ପୂର୍ବରୁ ମାର୍କେଟ ଛକଠାରୁ ମରିଚିକୋଟ ପର୍ଯ୍ୟନ୍ତ ଥିବା ବ୍ୟାରିକେଡକୁ ହଟାଇ ଦିଆଯାଇଥିଲା।
ଆଗକୁ ସରସ୍ୱତୀ ପୂଜା ଥିବାରୁ ନୟାଗଡ଼ ବନଖଣ୍ଡରୁ ରଥ କାଠ ଆସିବ। ରଥକାଠ ଆସିଲେ ସମସ୍ୟା ହେବ। ଏହାକୁ ଦୃଷ୍ଟିରେ ରଖି ଓ ଭକ୍ତଙ୍କ ସହଜ ଦର୍ଶନ ପାଇଁ ବ୍ୟାରିକେଡକୁ ହଟାଇ ଦିଆଯାଇଥିବା କହିଛନ୍ତି ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ।

Spread the love