ହାର୍ଟ, ବ୍ଲଡ୍‌ ପ୍ରେସର, ମଧୁମେହ ଭଳି ରୋଗକୁ ନିୟନ୍ତ୍ରଣରେ ରଖିଥାଏ ପିଆଜ ରସ

ପ୍ରାୟ ସବୁ ଭାରତୀୟ ବ୍ୟଞ୍ଜନରେ ପିଆଜ ଏକ ମୁଖ୍ୟ ଅଂଶ ଭାବେ ବ୍ୟବହାର ହୋଇଥାଏ। ଏହା ଅନେକ ପ୍ରକାରର ସ୍ୱାସ୍ଥ୍ୟ ଲାଭ ପାଇଁ ଜଣାଯାଇଥାଏ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଖଣିଜ ଭରପୂର ମାତ୍ରାରେ ଥିବା ବେଳେ ଔଷଧୀୟ ଗୁଣ ବି ମହଜୁଦ ଥାଏ। ଏହା କେବଳ ତ୍ୱଚା ଓ କେଶର ସମସ୍ୟାଗୁଡ଼ିକୁ ଦୂର କରି ନ ଥାଏ, ବରଂ ଶାରୀରିକ ସମସ୍ୟାକୁ ଛୁଟକାରା ଦେବାରେ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ।
ପିଆଜ ରସର ଉପଯୋଗ
୧. ଯେଉଁ ଲୋକଙ୍କୁ ବ୍ଲଡ୍‌ ସୁଗାରର ସମସ୍ୟା ରହିଛି, ସେମାନଙ୍କ ପାଇଁ ପିଆଜ ରସ ଚମତ୍କାର କାମ ଦେଇଥାଏ। ଏଥିରେ ଏମିତି ଯୌଗିକ ରହିଛି, ଯାହା ଆପଣଙ୍କ ଶରୀରରେ ଗ୍ଲୁକୋଜ ସ୍ତରକୁ କମ୍‌ କରିବା ଏବଂ ମଧୁମେହକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ।
୨. ପିଆଜ ରସ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ। ଏଥିରେ selenium ରହିଥାଏ, ଯାହା ଇମ୍ୟୁନିଟି ଲେବଲକୁ ବଢ଼ାଇବାରେ ଏକ ବଡ଼ ଭୂମିକା ନିଭାଇଥାଏ। ତେଣୁ ପିଆଜ ରସକୁ ଅବଶ୍ୟ ସେବନ କରନ୍ତୁ।

୩. ପିଆଜରେ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଆଣ୍ଟି ଇନ୍‌ଫ୍ଲେମେଟରୀ ଗୁଣ ଭରପୂର ମାତ୍ରାରେ ରହିଛିି। ଏହା କୋଲେଷ୍ଟ୍ରୋଲ ସ୍ତରକୁ କମ୍‌ କରିବା ପାଇଁ ଜଣାଯାଇଥାଏ, ଯାହାକି ଆମ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା ବ୍ଲଡ ପ୍ରେସରକୁ ନିୟନ୍ତ୍ରଣରେ ରଖିଥାଏ।

୪. ପିଆଜ ରସ ଫାଇବର ଏବଂ ପ୍ରିବାୟୋଟିକ୍ସରେ ଭରପୂର ରହିଛି। ଏହା ପେଟର ସ୍ୱାସ୍ଥ୍ୟ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ପିଆଜ ରସ ଆମ ପାଚନ ତନ୍ତ୍ରକୁ ବଢ଼ିଆ ରଖିଥାଏ।

Spread the love