ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ଉପଭୋକ୍ତା ମହାସଙ୍ଘ ର ଘୋର ବିରୋଧୀ

ଭୁବନେଶ୍ୱର, ୧୦/୨: ରାଜ୍ୟସରକାଙ୍କର ୪ଟି ଯାକ କମ୍ପାନୀ OHPC , OPGC , OPTCL ଓ GRIDCO ତରଫରୁ ୨୧-୨୨ ବର୍ଷର ବିଦ୍ୟୁତ ଶୁଳ୍କ ବୃଦ୍ଧି ପାଇବା ପାଇଁ ଯେଉଁ ପେଟିସନ ଫାଇଲ କରିଥିଲେ ତାର ଜନଶୁଣାଣି  ଶେଷ ହୋଇଛି I ଏହି ଜନଶୁଣାଣିରେ ଜଳ ବିଦ୍ୟୁତ ନିଗମ (OHPC ) ତରଫରୁ ଦିଆଯାଇଥିବା ପ୍ରସ୍ତାବ ୟୁନିଟ ପିଛା ୯୧ ପଇସାରୁ ୯୫ ପଇସାକୁ ବୃଦ୍ଧି କରିବା , OPGC ତରଫରୁ ୬୨୦.୨୮ ପଇସାରୁ ୨୮୧.୧୪ ପଇସାକୁ ବୃଦ୍ଧି କରିବା , OPTCL ତରଫରୁ ୟୁନିଟ ପିଛା ୨୫ ପଇସାରୁ ୪୮.୧୬ ପଇସାକୁ ବୃଦ୍ଧି କରିବା , ସେହିପରି GRIDCO ତରଫରୁ ୨୮୭ ପଇସାରୁ ୩୯୩.୩ ପଇସାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଥିଲେ I ଏହି ପ୍ରସ୍ତାବକୁ ଉପଭୋକ୍ତା ମହାସଂଘ ତରଫରୁ ତୀବ୍ର ବିରୋଧ କରାଯାଇଛି I କାରଣ GRIDCO , OPTCL , OHPC ଓ OPGC ସବୁ କମ୍ପାନୀ ଗୁଡିକ ସରକାରଙ୍କ ଦ୍ୱାରା ପରିଚାଳିତ କମ୍ପାନୀ I ଏହାର ଦାୟିତ୍ୱରେ ରାଜ୍ୟର ବରିଷ୍ଠ ସଚିବମାନେ ଦାୟିତ୍ୱରେ ଅଛନ୍ତି I ସେହି ଦୃଷ୍ଟିରୁ ଉପରୋକ୍ତ କମ୍ପାନୀ ଗୁଡିକର କ୍ଷତି ପାଇଁ ରାଜ୍ୟସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ I କମ୍ପାନୀ ଗୁଡିକର ଅପାରଗତା ,ପରିଚାଳନାଗତ ତ୍ରୁଟି ଯୋଗୁ ରାଜ୍ୟର ବିଦୁୟ ଗ୍ରାହକଙ୍କ ଉପରେ ଶୁଳ୍କ ବୃଦ୍ଧିକୁ ଉପଭୋକ୍ତା ମହାସଂଘ କୌଣସି ମତେ ଗ୍ରହଣ କରିବ ନାହିଁ ବୋଲି ଗତ ୫/୦୨/୨୦୨୧ ରୁ ଚାଲିଥିବା ଜନଶୁଣାଣିରେ ଦାବି କରିଛନ୍ତି I ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀ OERC ର କମିଶନଙ୍କ ନିକଟରେ ଦାବି ରଖିଛନ୍ତିଯେ ରାଜ୍ୟସରକାରଙ୍କର ନିଜସ୍ୱ କମ୍ପାନୀ ଗୁଡିକର ଅପାରଗତା ପାଇଁ ଯେଉଁ କ୍ଷତି ହୋଇଛି ବା ହେବାକୁ ଯାଉଛି ତାକୁ ସବସିଡି ଦେଇ ଭରଣା କରନ୍ତୁ I ତାନହେଲେ ଉପଭୋକ୍ତା ମାନଙ୍କ ତରଫରୁ ତୀବ୍ର ବିରୋଧ କରାଯିବ ବୋଲି ସୂଚାଇ ଦେଇଛନ୍ତି I ଆସନ୍ତା କାଲିଠାରୁ ୪ଟି ଯାକ ବିଦ୍ୟୁତ ବିତରଣ କମ୍ପାନୀର ତାରିଫ ବୃଦ୍ଧି ସଂକ୍ରାନ୍ତୀୟ ପେଟିସନ ଉପରେ ଜନଶୁଣାଣି ସରିଲା ପରେ ପ୍ରକୃତରେ ବିଦ୍ୟୁତ ଗ୍ରାହକଙ୍କ ଉପରେ କେତେ ବିଦ୍ୟୁତ ୟୁନିଟ ପିଛା ବୃଦ୍ଧି ପାଇବ ତାର ଆକଳନ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଶତପଥୀ ଜଣାଇଛନ୍ତି I

Spread the love