ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ

ରାୟଗଡ଼ା: ରୟଗଡ଼ ଜିଲ୍ଲା ଦିନିକିଆ ଗସ୍ତରେ ଆସି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ବିଭିନ୍ନ ଉନ୍ନୟନ ଯୋଜନାର ଉଦଘାଟନ କରିଛନ୍ତି। ପ୍ରଥମେ ବଡଚାନ୍ଦିଲି ଗ୍ରାମରେ ମେଗା ଜଳଯୋଗାଣ ପ୍ରକଳ୍ପକୁ ଉଦଘାଟନ କରିଥିଲେ । ଦୈନିକ ୧ଲକ୍ଷ ଲିଟର ପାଣି କ୍ଷମତା ସହ ୧୮୫ ପରିବାରକୁ ପାଇପଯୋଗେ ଜଳ ଯୋଗାଇ ଦିଆଯିବାକୁ ବସୁଧା ଯୋଜନାରେ ୭୮ଲକ୍ଷ ଟଙ୍କାରେ ଉକ୍ତ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି। ସନ୍ଧ୍ୟାରେ ରାୟଗଡ଼ ବ୍ଲକ ଗୁମା ପଞ୍ଚାୟତସ୍ଥିତ ଡୁମାପାଇ ଅଙ୍ଗନବାଡି କେନ୍ଦ୍ର, ପୌରାଞ୍ଚଳର ପ୍ରେମ ପାହାଡର ଚଲାପଥର ଆଲୋକିକରଣ, ପୌରାଞ୍ଚଳରେ ରହିଥିବା ଗୁରୁମଗୁଡା ଗ୍ରାମର ଗ୍ରୀନ ଫିଲ୍ଡ ସ୍ଟ୍ରିଟ ଲାଇଟ ଭଳି ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଆର ଡ଼ବ୍ଲୁ ଏସଏସ ଏକଜିକ୍ଟ୍ୟଟିଭ ଇଞ୍ଜିନିୟର ଚିତ୍ତରଞ୍ଜନ ଜେନା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Spread the love