ଧାନ ସଂଗ୍ରହରେ ଅଚଳାଵସ୍ଥା ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ଚାଷୀ

ଧାନ ସଂଗ୍ରହରେ ଅଚଳାଵସ୍ଥା ନେଇ ସୁନ୍ଦରଗଡ଼ର ଶତାଧିକ ଚାଷୀ ଆଜି ସର୍କିଟହାଉସ ଆଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରାଉ କରିଛନ୍ତି। ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସି ମନ୍ତ୍ରୀ ସର୍କିଟହାଉସରେ ରାତ୍ରିଯାପନ କରିଥିଲେ। ଆଜି ସକାଳୁ ଶତାଧିକ ଚାଷୀ ଧାନ ଉଠାଣ ଦାବିରେ ଯାଇ ନାରାବାଜି କରି ସର୍କିଟ ହାଉସ ରାସ୍ତାକୁ ଅବରୋଧ କରିଛନ୍ତି। ମନ୍ତ୍ରୀ ଭିତରେ ରହିଯାଇଥିଲେ।ସର୍କିଟ ହାଉସରେ ଘଣ୍ଟାଏ ଅଟକି ରହିଲେ ମନ୍ତ୍ରୀ। ଏସପି ସାଗରିକା ନାଥ, ଉପଜିଲ୍ଲାପାଳ, ତହସିଲଦାର ଆସି ଵହୁ ଵୁଝାଶୁଝା ପରେ ବି ଚାଷୀ ନ ହଟିବାରୁ ପୁଲିସ ଜୋର୍ କରି ସେମାନଙ୍କୁ ହଟାଇଥିଲା। ଏହି ସମୟରେ କିଛି ଚାଷୀ ମନ୍ତ୍ରୀଙ୍କ ଗାଡ଼ି ଆଗରେ ଶୋଇଯାଇଥିଲେ। ପୁଲିସ ସେମାନଙ୍କୁ ଟେକି ହଟାଇବା ପରେ  ମନ୍ତ୍ରୀ  ଶ୍ରୀ ଜେନା ସର୍କିଟହାଉସରୁ ବାହାରି ବିକାଶଭବନକୁ ଯାଇ ସମୀକ୍ଷା ଵୈଠକରେ ଯୋଗ ଦେଇଥିଲେ। ତେଵେ ମନ୍ତ୍ରୀ ଧାନ ସଂଗ୍ରହ ଟାର୍ଗେଟ ବଢ଼ାଇ ସମସ୍ତ ଚାଷୀଙ୍କ ଧାନ କିଣାଯିବ ଵୋଲି କହିଛନ୍ତି। ଚାଷୀଙ୍କ ଘେରାଉକୁ ନେଇ ସର୍କିଟହାଉସରେ ଵେଶ କିଛି ସମୟ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

Spread the love