ଅଟାକୁ ଏଭଳି ଭାବେ କରନ୍ତୁ ବ୍ୟବହାର, ନିୟନ୍ତ୍ରିତ ରହିବ କୋଲେଷ୍ଟ୍ରୋଲ

 

୧. ଯେଉଁମାନଙ୍କର କୋଲେଷ୍ଟ୍ରୋଲ ବଢ଼ିଯାଇଥାଏ, ସେମାନେ ଘିଅ, ଲହୁଣୀ ଆଦି ସେବନ କରିବା ଉଚିତ ନୁହେଁ।

୨. ଓଟ୍‌ କୋଲେଷ୍ଟ୍ରୋଲକୁ କମ୍‌ କରିଥାଏ। ଗହମ ଅଟାରେ ଓଟ୍‌ ମିଶାଇ ରୁଟି ପ୍ରସ୍ତୁତ କରନ୍ତୁ। ଏହାଦ୍ୱାରା କୋଲେଷ୍ଟ୍ରୋଲକୁ କମ୍‌ କରାଯାଇପାରିବ।

୩. ସାଧାରଣତଃ ଓଟ୍ ଲୋକେ ବ୍ରେକ୍‌ଫାଷ୍ଟରେ ଖାଇଥାଆନ୍ତି। କିନ୍ତୁ ଓଟ୍‌ର ଅଟା ପ୍ରସ୍ତୁତ କରି ଖାଇଲେ, ଏଥିରେ ଥିବା ସୋଲିବଲ୍‌ ଫାଇବର କୋଲେଷ୍ଟ୍ରୋଲକୁ କମ୍‌ କରିଥାଏ।

୪. ୧ କିଲୋ ଅଟାରେ ଏକ ତୃତୀୟାଂଶ ଓଟ୍‌ର ଅଟା ମିଶାନ୍ତୁ। ଏଥିରେ ରୁଟି ତିଆରି ଖାଇଲେ ଲାଭ ମିଳିଥାଏ।

୫. ୧ ଚାମଚ ଚୋକଡ଼କୁ ଅଟାରେ ମିଶାନ୍ତୁ। ଏଥିରେ ଆପଣ ଦହି କିମ୍ବା କ୍ଷୀର ମଧ୍ୟ ବ୍ୟବହାର କରିପାରିବେ।

୬. ଭୃସଙ୍ଗ ପତ୍ରକୁ ଚୂରି ଅଟାରେ ମିଶାଇ ଖାଇବା ଦ୍ୱାରା କମ୍‌ ହୋଇଥାଏ କୋଲେଷ୍ଟ୍ରୋଲ।

୭. ଗହମ ଅଟାରେ ଚୋକଡ଼, ଭୃସଙ୍ଗ ପତ୍ର ଚୂର୍ଣ୍ଣ, ଓଟ୍ର ଅଟା ମିଶାଇ ମିକ୍ସ କରି ନିଅନ୍ତୁ। ଏହାକୁ କ୍ଷୀର ସହିତ ଭିଜାଇ ରଖନ୍ତୁ। ଏହାଦ୍ୱାରା ରୁଟି ମୁଲାୟମ ହୋଇଥାଏ ଏବଂ କୋଲେଷ୍ଟ୍ରୋଲ ବି ନିୟନ୍ତ୍ରିତ ରହିଥାଏ।

 

Spread the love