ରକ୍ତରେ ଶର୍କରା ହ୍ରାସ ଓ ବୃଦ୍ଧି ହୋଇପାରେ ବିପଜ୍ଜନକ, ଜାଣନ୍ତୁ ରକ୍ତରେ ଶର୍କରା ହ୍ରାସ ଏବଂ ବୃଦ୍ଧି ହେବାର ୪ଟି ଲକ୍ଷଣ

ସମ୍ପ୍ରତି ବିଶ୍ବରେ ଲକ୍ଷ ଲକ୍ଷ ଲୋକ ମଧୁମେହ ରୋଗରେ ପୀଡିତ ଅଛନ୍ତି। ଏହି ରୋଗରେ ପୀଡିତ ରୋଗୀଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସେମାନଙ୍କ ଶରୀରରେ ରକ୍ତରେ ଶର୍କରା ସ୍ତର ବଜାୟ ରଖିବା । କାରଣ ଶରୀରରେ ଶର୍କରାର ପରିମାଣ ଉଭୟ ବଢିବା ଏବଂ କମିବା ବିପଜ୍ଜନକ ଅଟେ । ଆମ ଶରୀରର ସାଧାରଣ ରକ୍ତ ଶର୍କରା ସ୍ତର ୮୦-୧୧୦ ମଧ୍ୟରେ ରହିଥାଏ ଏବଂ ଶରୀରରେ ୯୦ ରକ୍ତ ଶର୍କରା ସ୍ତରକୁ ହାରାହାରି ସ୍ତର ଭାବରେ ବିବେଚନା କରାଯାଏ । ଯଦିଓ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ଏକ କଷ୍ଟକର କାର୍ଯ୍ୟ, କିନ୍ତୁ ଏଥିପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ଏଥିପାଇଁ ଆପଣଙ୍କୁ ରକ୍ତରେ ଶର୍କରା ହ୍ରାସ ଏବଂ ବୃଦ୍ଧି ହେବାର ଲକ୍ଷଣ ଜାଣିବାକୁ ପଡିବ। କାରଣ ଶରୀରରେ ଶର୍କରା ପରିମାଣ ଜାଣିଲେ ହିଁ ଆପଣ ଏହାକୁ ସଠିକ ସମୟରେ ନିୟନ୍ତ୍ରଣ କରିପାରିବେ, ନଚେତ୍ ଏହା ସାଂଘାତିକ ହୋଇପାରେ ।

ବାରମ୍ବାର ଶୋଷ ଲାଗିବ

ଯେତେବେଳେ ଶରୀରରେ ଶର୍କରାର ପରିମାଣ ବଢିବ ସେତେବେଳେ ଆପଣଙ୍କୁ ବାରମ୍ବାର ଶୋଷ ଲାଗିବ । ଏପରି ପରିସ୍ଥିତିରେ ଆପଣ ଅଧିକ ପାଣି ପିଇପାରନ୍ତି, କିନ୍ତୁ ଅଧିକ ପାଣି ପିଇବା ହୃଦୟ ଏବଂ କିଡନୀ ଉପରେ ଖରାପ ପ୍ରଭାବ ପକାଇପାରେ । ତେଣୁ ଆବଶ୍ୟକତା ଅନୁଯାୟୀ ପାଣି ପିଅନ୍ତୁ ।

ବାରମ୍ବାର ପରିସ୍ରା ଲାଗିବା ମଧ୍ୟ ସୂଚାଇଥାଏ ଯେ ଆପଣଙ୍କ ଶରୀରରେ ଶର୍କରାର ପରିମାଣ ବଢିଛି। ମଧୁମେହ ରୋଗୀମାନଙ୍କୁ ସାଧାରଣତ ରାତିରେ ଅଧିକ ପରିସ୍ରା ଲାଗେ ଏବଂ ବାରମ୍ବାର ବାଥରୁମକୁ ଯିବାକୁ ପଡେ ।

କ୍ଲାନ୍ତି ଅନୁଭବ କରିବା

ଅତ୍ୟଧିକ ଥକ୍କା ଅନୁଭବ କରିବା ମଧ୍ୟ ଏକ ସଙ୍କେତ ଅଟେ ଯେ ଆପଣଙ୍କ ରକ୍ତରେ ଶର୍କରା ନିୟନ୍ତ୍ରଣରେ ନାହିଁ । ଏହା ରକ୍ତରେ ଶର୍କରା ସ୍ତରର ବୃଦ୍ଧି ଏବଂ ହ୍ରାସର ଏକ ସଙ୍କେତ ହୋଇପାରେ । ତେଣୁ, ଯେତେବେଳେ ବି ଆପଣ ହାତ ଏବଂ ପାଦରେ ଦୁର୍ବଳତା କିମ୍ବା ଥକ୍କା ଅନୁଭବ କରନ୍ତି, ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍।
ମୁଣ୍ଡ ବିନ୍ଧାହେବା ଓ ବ୍ୟସ୍ତ ବିବ୍ରତ ଲାଗିବା

ଶରୀରରେ ରକ୍ତରେ ଶର୍କରା ହ୍ରାସ ମୁଣ୍ଡ ବିନ୍ଧା ସହ ବ୍ୟସ୍ତ ବିବ୍ରତ ଲାଗିଥାଏ । ଶରୀରରେ ଶର୍କରାର ପରିମାଣ କମିଲେ ମୁଣ୍ଡ ବିନ୍ଧା, ଅତ୍ୟଧିକ ଝାଳ ବାହାରିବା ଏବଂ ଅସ୍ପଷ୍ଟ ଦୃଷ୍ଟିଶକ୍ତି ଭଳି ସମସ୍ୟା ଦେଖାଯାଏ। ତେଣୁ ଯଦି ଆପଣ ଜଣେ ମଧୁମେହ ରୋଗୀ, ତେବେ ଏହି ସବୁ ସଙ୍କେତକୁ ଅଣଦେଖା କରନ୍ତୁ ନାହିଁ ଏବଂ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିୟନ୍ତୁ ।

Spread the love