ବସ ଓଲଟି 8 ମୃତ

 ଆନ୍ଧ୍ର-ଓଡିଶା ସୀମାନ୍ତ ଅରକୁ ଘାଟିରେ ଓଲଟିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍ । ଭାରସାମ୍ୟ ହରାଇ ୮୦ ଫୁଟ ତଳକୁ ଖସିଲା ବସ୍ । ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବିଜୟନଗରମ୍‌ ମେଡିକାଲକୁ ସ୍ଥାନ୍ତରତ କରଯାଇଛି । 

ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦରୁ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନକୁ ବୁଲିବା ପାଇଁ ଆସିଥିବା ବେଳେ  ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅରକୁ ଏବଂ ବରାକେବ ପର୍ଯ୍ୟଟନସ୍ଥଳୀ ବୁଲିବା ପରେ  ବିଶାଖାପାଟଣା ଅଭିମୁଖେ ଯାଉଥିବା ସମୟରେ ଅରକୁ ଅନନ୍ତଗିରି ଘାଟିରେ ବସ୍‌ଟି ଭାରସାମ୍ୟ ହରାଇ ୮୦ ଫୁଟ ତଳକୁ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଥିଲେ ।ଘଟଣାସ୍ଥଳରେ ଅନନ୍ତଗିରି ପୋଲିସ ପହଞ୍ଚି ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ  ବିଜୟନଗରମ୍‌କୁ ସ୍ଥାନାନ୍ତର କରିଥିଲା । ଅରକୁ ପୋଲିସର ସୂଚନା ଅନୁଯାୟୀ ମଧ୍ୟରାତ୍ରି ସୁଦ୍ଧା ଆଉ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଥିବା ଜଣା ପଡ଼ିଛି ।

Spread the love