ଯାତ୍ରୀବସ୍‌-ଟ୍ରକ ଧକ୍କା, ୧୪ ମୃତ,

ନୂଆଦିଲ୍ଲୀ, ୧୪/୨: ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।ବସ୍‌ ଓ ଟ୍ରକ ମଧ୍ୟରେ ଧକ୍କ। ହେବା ଫଳରେ ୧୪ଜଣଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ୫ଜଣରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି।

ସୂଚନାଯୋଗ୍ୟ, ରବିବାର ଦିନ ସକାଳେ ଆନ୍ଧ୍ରପ୍ରଦେଶର କର୍ନୁଲ ଜିଲ୍ଲାର ବେଦଦୁର୍ତି ମଣ୍ଡଳ ସ୍ଥିତ ମେଦାରପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ଯାତ୍ରାବାହୀ ବସ୍ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ ସହ ଧକ୍କା ପରେ ବସ୍‌ଟି ଓଲଟିପଡିଥିଲା । ସେପଟେ ଦୁର୍ଘଟଣାର ଖବର ପାଇଁ ସ୍ଥାନୀୟ ପୋଲିସ , ପ୍ରଶାସନ ଓ ସାଧାରଣଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Spread the love