ଦିଲ୍ଲୀରେ ବିଗୁଡୁଛି ବାୟୂ ପ୍ରଦୂଷଣ, ପଞ୍ଜାବରେ ଘନକୁହୁଡିର ଆସ୍ତରଣ

ନୂଆଦିଲ୍ଲୀ: ଶୀତ ସାଙ୍ଗକୁ ବଢୁଛି ଘନ କୁହୁଡି । ଶୀତରେ ଥରୁଛି ରାଜଧାନୀ ଦିଲ୍ଲୀ । ସୋମବାର ସକାଳୁ ହ୍ରାସ ପାଉଛି ତାପମାତ୍ରା । ଯାହାକୁ ନେଇ ଅସହ୍ୟ ଥଣ୍ଡାରେ ଅସ୍ତବ୍ୟସ୍ତ ରାଜଧାନୀବାସୀ । ଘନ କୁହୁଡି ଯୋଗୁଁ ବାୟୁର ପ୍ରଦୂଷଣ ମାତ୍ରା ଅତ୍ୟଧିକ ବଢିବାରେ ଲାଗିଛି । ସୋମବାର ଦିଲ୍ଲୀ ସହରରେ ଏୟାର କ୍ବାଲିଟି ଇଣ୍ଡେକ୍ସରେ ବାୟୁର ଗୁଣବତ୍ତା 342 ପାରା ମିଟର ରହିଥିବା ଏସଏଏଫଓଆର ପକ୍ଷରୁ ରିପୋର୍ଟ ଜାରି ହୋଇଛି ।

ସେପଟେ ଆଜି ପଞ୍ଜାବର ଅମ୍ରିତସରରେ ମଧ୍ୟ ଅତ୍ୟଧିକ ଥଣ୍ଡା ଅନୁଭୂତି ହୋଇଛି । ସ୍ଥାନୀୟ ସହରରେ ସକାଳୁ 25 ମିଟର ଦୂରରେ କୌଣସି ବସ୍ତୁ ଦୃଶ୍ୟମାନ ହେଉନଥିଲା । ପଞ୍ଜାବର ବିଭିନ୍ନ ଅଞ୍ଚଳରେ ଘନକୁହୁଡିର ଆସ୍ତରଣ ହୋଇଥିଲା । ସେପଟେ ସୌରାଷ୍ଟ୍ର, ଦିଲ୍ଲୀ, ଦକ୍ଷିଣ ଉତ୍ତରପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଟିଆଲା ଏବଂ ଅମ୍ବାଲାରେ ଘନ କୁହୁଡି ଦେଖାଇଯାଇଥିବା ପାଣିପାଗ ବିଭାଗ ଦ୍ବାରା ସୂଚନା ମିଳିଛି । ଘନକୁହୁଡି ଯୋଗୁଁ ଯାତାୟତରେ ବାଧାପ୍ରାପ୍ତ ଉପୁଜିଛି ।

ସେପଟେ ବାୟୁ ପ୍ରଦୂଷଣ କଥା ଯଦି କହିବା ତେବେ ଦିଲ୍ଲୀ ଅପେକ୍ଷା ମୁମ୍ବାଇରେ ବାୟୁର ଗୁଣବତ୍ତା ନିୟନ୍ତ୍ରଣାଧିନ ରହିଛି ।

Spread the love