ଭାରତରେ ପ୍ରଥମକରି ମହିଳାଙ୍କୁ ଦିଆଯିବ ଫାଶୀ: ପ୍ରେମିକ ପାଇଁ ପରିବାରର ୭ ଜଣଙ୍କୁ କରିଥିଲା ହତ୍ୟା

ନୂଆଦିଲ୍ଲୀ: ଦେଶ ସ୍ୱାଧୀନ ହେବା ପରଠାରୁ ଏପର୍ଯ୍ୟନ୍ତ କୌଣସି ମହିଳାଙ୍କୁ ଫାଶୀ ଦିଆଯାଇ ନଥିବାବେଳେ ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାର ଶବନମ ଫାଶୀ ପାଇବାକୁ ଯାଉଛନ୍ତି। ସେ ତାଙ୍କ ପ୍ରେମିକଙ୍କ ସହ ମିଶି ପରିବାରର ସାତଜଣଙ୍କୁ ହତ୍ୟା କରିଥିଲେ। ସୂଚନା ଅନୁଯାୟୀ ୨୦୦୮ରେ ଏଭଳି ସ୍ପର୍ଶକାତର ଘଟଣା ଘଟିଥିଲା। ଏପ୍ରିଲ ୧୪ ମଧ୍ୟରାତ୍ରିରେ ଶବନମ ତାଙ୍କ ପ୍ରେମିକ ସଲିମ୍ ସହ ମିଶି ନିଜ ପରିବାରର ସାତଜଣଙ୍କୁ ହତ୍ୟା କରିଥିଲେ। ଶବନମ ସଲିମଙ୍କୁ ବିବାହ କରିବାକୁ ଚାହୁଁଥିବାବେଳେ ତାଙ୍କ ପରିବାର ବିରୋଧ କରିବାରୁ ସେ ଏଭଳି କାଣ୍ଡ ଘଟାଇଥିଲେ। ଶବନମଙ୍କ ସହ ସଲିମଙ୍କୁ ମଧ୍ୟ ଫାଶୀ ଦିଆଯିବ। ତେବେ ସେମାନଙ୍କୁ କେଉଁଦିନ ଫାଶୀ ଦିଆଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ସେମାନଙ୍କୁ ଫାଶୀ ଦେବା ଲାଗି ଜେଲ୍ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଛନ୍ତି। ୨୦୧୨ରେ ଦିଲ୍ଲୀରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀମାନଙ୍କୁ ଫାଶୀ ଦେଇଥିବା ପବନ ଜହ୍ଲାଦ ଶବନମଙ୍କୁ ଫାଶୀ ଦେବେ ବୋଲି ଜଣାପଡ଼ିଛି। ୨୦୧୦ ଜୁଲାଇ ୧୪ରେ ଜିଲ୍ଲା ଓ ସେସନ୍ସ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ଆହ୍ଲାବାଦ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ।

Spread the love