କୋଭିଡ ଟିକା ନେଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ

କୋଭିଡ ଟିକା ନେଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। କ୍ୟାପିଟାଲ ହସ୍ପିଟାଲ ଟୀକାକରଣ ସେଣ୍ଟରରେ କୋଭିଡ ଟିକା ନେଇଛନ୍ତି। ଟିକା ନେବା ପରେ ବିଏମ୍‌ସି କମିଶନର ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ସୁସ୍ଥ ଅଛନ୍ତି ।ଭୟଭୀତ ହେବାର କିଛି ନାହିଁ। ଯାହାକୁ ସୁଯୋଗ ମିଳୁଛି ସେମାନେ ଟିକା ନିଅନ୍ତୁ ବୋଲି କହିଛନ୍ତି ବିଏମ୍‌ସି କମିଶନର। ଟିକା ନେଇ ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ସୁରକ୍ଷିତ ରଖନ୍ତୁ। ମାର୍ଚ୍ଚ ପହିଲାରୁ ଦେଶରେ ଜୋରଦାର ହେବ ଟିକାକରଣ । ଦ୍ୱିତୀୟ ପର୍ଯ୍ୟୟରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ଏନେଇ ତାଲିକା ପ୍ରସ୍ତୁତ କରାଯାଉଥିବା ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି।

Spread the love