ପୁଣି ଝୁଲିଲା ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି ; ୯ମ ଓ ୧୧ଶ ଶ୍ରେଣୀ ପରୀକ୍ଷା ଅନଲାଇନରେ କରିବାକୁ ପରାମର୍ଶ
ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ କରୋନା ଗାଇଡଲାଇନ ଜାରି କରିଛନ୍ତି । ଗତ ବର୍ଷଠାରୁ ବନ୍ଦ ଥିବା ପ୍ରାଥମିକ ସ୍କୁଲଗୁଡ଼ିକ ଖୋଲିବା ସମ୍ପର୍କିତ ନିଷ୍ପତ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ଉପରେ ଛଡ଼ାଯାଇଛି । ସେହିପରି ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ବିଭାଗ ନିଜ ଅଧିନରେ ଥିବା ସ୍କୁଲ ଖୋଲିବା ନିଷ୍ପତ୍ତି ନେବ । ତେବେ ଏ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବିଭାଗ ଲାଗି ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡ଼ିବ । ଆହୁରି ମଧ୍ୟ ପ୍ରାଥମିକ ସ୍କୁଲଗୁଡ଼ିକ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏସଓପି ପ୍ରସ୍ତୁତ କରିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।