୬ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଋଷଭ

ଦୃଢ ଇଚ୍ଛା ଶକ୍ତି ବଳରେ ସବୁ ଅସମ୍ଭବ ସମ୍ଭବ ହୋଇପାରେ। ଏହାକୁ ପ୍ରମାଣ କରିଛନ୍ତି ଉତ୍ତର ପ୍ରଦେଶ ଜାଲୌନରେ ରହୁଥିବା ୬ ବର୍ଷର ଶିଶୁ ଋଷଭ। ଏତେ କମ୍ ବୟସରେ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନିଜ ନାଁ ଦର୍ଜ କରିଛନ୍ତି। ଋଷଭ ଗଣିତରେ ୧ ରୁ ୧୦୦ ଯାଏଁ ସ୍କ୍ୱାୟାର ମୁହଁରେ ମୁହଁରେ ମନେ ଅଛି। ସେ ଅଙ୍କ ନ କଷି ବି ପୁରା ସ୍କ୍ୱାୟାର ଲେଖି ପାରନ୍ତି। ମାତ୍ର ୪ ମିନିଟ୍ ୧୦ ସେକେଣ୍ଡରେ ସେ ପୁରା ସ୍କ୍ୱାୟାର ଗାଇ ଯାଆନ୍ତି। ଏହି ପ୍ରତିଭା ଯୋଗୁଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ମେଡାଲ ଓ ସାର୍ଟିଫିକେଟ ପାଇଛନ୍ତି।

କରୋନା ଲକଡାଉନ ଯୋଗୁଁ ସ୍କୁଲ କଲେଜ ସବୁ ବନ୍ଦ ଥିବାବେଳେ ଋଷଭ ଘରେ ରହି ଗଣିତକୁ ଭଲ ବୁଝି ନୂଆ ନୂଆ ପ୍ରୟୋଗ କରିଥିଲେ। ତାଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଛି।

ଋଷଭଙ୍କୁ ମାତ୍ର ୬ ବର୍ଷ ବୟସ। ତାଙ୍କ ପିତା ଏକ ସାଧାରଣ ଗହଣା ଦୋକାନ ଚଳାନ୍ତି, ମା ଗୃହିଣୀ। ମାତାପିତା ଓ ବଡ ଭଉଣୀଙ୍କ ସହଯୋଗରେ ଋଷଭ ଲକଡାଉନ ସମୟରେ ଘରେ ରହି ପଢୁଥିଲେ। ଗଣିତରେ ତାଙ୍କର ବହୁତ ରୁଚି। ଏହି ରୁଚି ଯୋଗୁଁ ଏତେ କମ ବୟସରେ ସେ ନିଜର ଓ ନିଜ ପରିବାର ନାଁ କରିଛନ୍ତି। ସେ ବଡ ହୋଇ ଆଇପିଏସ ଅଫିସର ହେବାକୁ ଲକ୍ଷ୍ୟ ରଖିଛନ୍ତି। ନିଜ ସଫଳତାର କ୍ରେଡିଟ୍ ସେ ନିଜ ମାତାପିତା ଓ ହୋମ ଟ୍ୟୁଟରଙ୍କୁ ଦେଇଛନ୍ତି।

ଋଷଭଙ୍କ ପିତା ନବନୀତ କହିଛନ୍ତି ଯେ ଋଷଭଙ୍କ ଆଇକ୍ୟୁ ଲେଭଲ ବହୁତ ହାଇ ଏବଂ ସେ ଗଣିତ ସହ ଅନ୍ୟ ବିଷୟରେ ମଧ୍ୟ ବହୁତ ତୀକ୍ଷ୍ଣ। ଗଣିତରେ ତାଙ୍କର ଅଧିକ ରୁଚି ଥିବାରୁ ସମସ୍ତେ ତାଙ୍କୁ ସପୋର୍ଟ କରିଛନ୍ତି। ଋଷଭ ଗଣିତରେ ନୂଆ ନୂଆ ପ୍ରୟୋଗ କରନ୍ତି। ସେ ଗଣିତରେ ଗୁଣନ, ହରଣ ଆଦି ଚଟାପଟ ଜବାବ ଦେଇଦିଅନ୍ତି। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅନଲାଇନ୍ ପରୀକ୍ଷାରେ ସେ ସଫଳତା ହାସଲ କରିଛନ୍ତି।

Spread the love