ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଭର୍ତ୍ତି କାର ଜବତ ଘଟଣା: ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ

ମୁକେଶ ଅମ୍ବାନୀଙ୍କ ଘର ବାହାରେ ଜେଲାଟିନ୍ ରଡ ରଖିବା ମାମଲା ପାଇଁ ଏକ ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ ନିଜକୁ ଦାୟୀ କରିଛି। ସୋସିଆଲ ମିଡ଼ିଆ ଏହି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି। ଗୃହ ମନ୍ତ୍ରାଳୟ ସୂତ୍ର ଅନୁଯାୟୀ, କୌଣସି ସଂଗଠନ ଚର୍ଚ୍ଚାକୁ ଆସିବାକୁ ଏହିଭଳି କରିଥାଇପାରେ। ଏବେ ସୁଦ୍ଧା ଯାଞ୍ଚରେ ଏମିତି କିଛି ଲିଙ୍କ ସାମ୍ନାକୁ ଆସିନାହିଁ। ଦିଲ୍ଲୀରେ ଦୂତାବାସ ବାହାରେ ବିସ୍ଫୋରଣ ମାମଲାରେ ମଧ୍ୟ ଏହି ସଂଗଠନ ନିଜକୁ ଦାୟୀ କରିଥିଲା କିନ୍ତୁ ଏବେ ସୁଦ୍ଧା ଯାଞ୍ଚରେ କୌଣସି ଲିଙ୍କ ସାମ୍ନାକୁ ଆସିନାହିଁ। ଅମ୍ବାନୀ ମାମଲାରେ ମଧ୍ୟ କିଛି ଲିଙ୍କ ସାମ୍ନାକୁ ଆସିନାହିଁ।ମୁକେଶ ଅମ୍ବାନୀଙ୍କ ଘର ବାହାରେ କେଉଁମାନେ ଜେଲାଟିନ୍ ରଡ ଲଦାହୋଇଥିବା ଗାଡି ପାର୍କିଙ୍ଗ କରିଥିଲେ ସେ ସମ୍ବନ୍ଧରେ ପୋଲିସକୁ କିଛି ଜବାବ ମିଳିନାହିଁ କିନ୍ତୁ ପୋଲିସ କିଛି ସୁରାକ୍ ନିଶ୍ଚୟ ମିଳିଛି ଯାହାର ଯାଞ୍ଚ ଚାଲିଛି। ପୋଲିସକୁ କାରର ଫୁଟେଜ୍ ମିଳିଛି। ଏହି ଫୁଟେଜରୁ ଜଣାପଡିଛି ଯେ ଅଭିଯୁକ୍ତ ଟୋଲ ନାକା ଜରିଆରେ ମୁମ୍ବାଇ ବାହାରକୁ ଚାଲିଯାଇଛି।

ଶୁକ୍ରବାର ସନ୍ଧ୍ୟାରେ ଦକ୍ଷିଣ ମୁମ୍ବାଇର ପେଡାର ରୋଡ଼ ଅଞ୍ଚଳରୁ ଜେଲାଟିନ୍ ରଡ ଲଦା ଯାଇଥିବା ଏକ ସ୍କର୍ପିଓ କାର ଜବତ ହୋଇଥିଲା। କାର ଜବତ ହେବାପରେ ପୋଲିସର ହୋଶ ଉଡିଯାଇଥିଲା। ଯେଉଁ ସ୍ଥାନରେ କାର ରଖାଯାଇଥିଲା ତାହା ମୁକେଶ ଅମ୍ବାନୀଙ୍କ ଘର ଠାରୁ ମାତ୍ର ୬୦୦ ମିଟରରେ ଥିଲା। ମୁମ୍ବାଇ ପୋଲିସର ସିସିଟିଭି ଯାଞ୍ଚରୁ ଜଣାପଡିଥିଲା ଯେ ଗାଡି ୨ଟା ୧୮ ମିନିଟରେ ସେଠାରେ ପାର୍କିଙ୍ଗ କରାଯାଇଥିଲା। ପୋଲିସ ନିକଟସ୍ଥ ଏକ ଦୋକାନର ସିସିଟିଭି ଫୁଟେଜ ହାସଲ କରିଛି ଯେଉଁଥିରେ କାର୍ ପାର୍କ ହୋଇଥିବା ନଜର ଆସିଛି। ପୋଲିସ ଧୀରେ ଧୀରେ ଏହି ମାମଲା ଖିଅ ଖୋଜିବାରେ ସଫଳ ହେବା ଭଳି ନଜର ଆସୁଛି। ଏବେ ସୁଦ୍ଧା ପୋଲିସ ଜାଣିବାକୁ ପାଇଛି ସ୍କର୍ପିଓ କାର୍ ଚୋରିର। ଏହି କାରକୁ ମୁମ୍ବାଇ ଇଷ୍ଟର୍ନ ଏକ୍ସପ୍ରେସ୍ ହାଇୱେରୁ ଚୋରି କରାଯାଇଥିଲା। କାର୍ ଯାହାର ତାଙ୍କୁ ପୋଲିସ ପଚରାଉଚୁରା କରୁଛି।

ଏହି ସ୍କର୍ପିଓ କାର ସହ ଏକ ଇନୋଭା କାର୍ ମଧ୍ୟ ଥିଲା। ତେବେ ଫୁଟେଜରୁ ଜଣାପଡିନାହିଁ ଯେ ସ୍କର୍ପିଓ କାର୍ ସେଠାରେ କିଏ ପାର୍କିଙ୍ଗ୍ କରିଥିଲା। କାରଣ ଇନୋଭା ସେଠାରୁ ଗଲାବେଳେ ଅଭିଯୁକ୍ତ ସ୍କର୍ପିଓର ପଛପଟ ଡୋର୍ ଖୋଲି ସେଠାରୁ ଖସି ଯାଇଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯେ ଅପରାଧୀ ଉକ୍ତ ଅଞ୍ଚଳକୁ ଭଲ ଭାବେ ତଦାରଖ କରିଥିଲା ଏବଂ ସିସିଟିଭି କେଉଁଠାରେ ଲାଗିଛି ତାହା ବି ଅପରାଧୀ ଜାଣିଥିଲା। କାର୍ କାହାର ଜାଣିବା ପାଇଁ ପୋଲିସ ସବୁବେଳେ କାରର ଚେସିସ୍ ନମ୍ବର୍ ଓ ଇଞ୍ଜିନ୍ ନମ୍ବର୍ ଯାଞ୍ଚ କରିଥାଏ। ଅପରାଧୀ ଏହା ଜାଣିଥିଲେ ସେଥିପାଇଁ ସେମାନେ ଏହି ଦୁଇଟି ନମ୍ବର ଲିଭେଇ ଦେଇଥିଲେ।

Spread the love