ରକ୍ତ ପାଇଁ ଯେମିତି କାହାରି ଜୀବନ ନ ଯାଉ: ମନ୍ତ୍ରୀ ଟୁକୁନି ସାହୁ

ରକ୍ତ ଅଭାବରୁ ଯେମିତି କାହାରି ଜୀବନ ନ ଯାଉ ତାକୁ ଦୃଷ୍ଟିରେ ରଖି ଓଡ଼ିଶା ମୋ ପରିବାର ତରଫରୁ ବଲାଙ୍ଗୀର ଛନଛଡ଼ାରେ ଏକ ମେଗା ରକ୍ତ ଶିବିର ଆୟୋଜନ କରାଯାଇଛି।  ବଲାଙ୍ଗିର ଛନଛଡା ସ୍ୱରସ୍ୱତୀ ଶିଶୁ ମନ୍ଦିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁଙ୍କ ଉପସ୍ଥିତିରେ ରବିବାର ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ମୁଖ୍ୟ ଅତିଥି  ଭାବେ ଓଡ଼ିଶା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ। ଏହି ରକ୍ତ ଦାନ ଶିବିରରେ ୫୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଛି। ରକ୍ତଦାନ ଏକ ମହତ ଦାନ। ଏଥି ପାଇଁ ସବୁ ସେବା ମନବୃତ୍ତି ନେଇ ଆଗେଇ ଆସିବାକୁ ପଡ଼ିବ। ନିଜ ରକ୍ତ ଦେଇ ଜଣଙ୍କୁ ଜୀବନ ଦାନ ଦେଇ ମାନବିକତାର ପରିଚୟ ଦେବା ବୋଲି ରକ୍ତ ଦାନ ଶିବିରରେ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ ମନ୍ତ୍ରୀ ଟୁକୁନି ସାହୁ ।

Spread the love