ଆଜିଠୁ ସକାଳୁଆ ସ୍କୁଲ୍

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ସକାଳୁଆ ସ୍କୁଲ । ଆଜିଠୁ ସ୍କୁଲ ପାଠପଢ଼ା ସମୟ ବଦଳିଛି । ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ପାଠପଢା ହେଉଛି । ପୂର୍ବରୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ସାଢ଼େ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା ହେଉଥିଲା । ସେହିପରି ଦଶମ ଓ ଦ୍ୱାଦଶ ପାଇଁ ସକାଳ ୯ଟାରୁ ଦିନ ଗୋଟାଏ ଯାଏଁ ପାଠପଢା ହେବ । ପୂର୍ବରୁ ସକାଳ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠ ପଢା ହେଉଥିଲା । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସେହିପରି ସ୍କୁଲରେ ପର୍ଯ୍ୟାପ୍ତ ଓଆରଏସ୍‌ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love