ରାଜସ୍ଥାନର ଉଦୟପୁରରେ ଆଜି ଅର୍ଚ୍ଚିତା-ସବ୍ୟସାଚୀ କରିବେ ବିବାହ

ବିବାହ କରିବେ ଓଲିଉଡର ଚର୍ଚ୍ଚିତ ଯୋଡ଼ି । ଅର୍ଚ୍ଚିତାଙ୍କ ହାତ ଧରିବେ ସବ୍ୟସାଚୀ । ଆଜି ଓଲିଉଡ ସୁନ୍ଦରୀ ଅର୍ଚ୍ଚିତା-ସବ୍ୟସାଚୀ ବିବାହ କରିବେ । ଏନେଇ ଦୁହେଁ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି ଇନଭିଟେସନ୍‌ । ରାଜସ୍ଥାନର ଉଦୟପୁରରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ବାହାଘରରେ ନିକଟ ସମ୍ପର୍କୀୟ ସାମିଲ ହେବେ । ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଲୋଡିଛନ୍ତି ଅର୍ଚ୍ଚିତା-ସବ୍ୟସାଚୀ ।
sabyaସୋସିଆଲ୍‌ ମିଡିଆରେ କରିଥିବା ପୋଷ୍ଟରେ ସେମାନେ ଲେଖିଛନ୍ତି, ସବୁ ଖରାପ ଓ ଭଲ ସମୟରେ ସମସ୍ତଙ୍କ ସହଯୋଗ ରହିଛି । ଆଗକୁ ସେଭଳି ସହଯୋଗ ରହିବ ବୋଲି କାମନା କରିଛନ୍ତି ଅର୍ଚ୍ଚିତା-ସବ୍ୟସାଚୀ । ପୂର୍ବରୁ ଓଲିଉଡର ଏହି ସୁପରହିଟ୍‌ ଯୋଡ଼ିଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଛି । ଶେଷରେ ରିଅଲ୍‌ ଲାଇଫ ପାର୍ଟନର ହେବାକୁ ଯାଉଛନ୍ତି ଅର୍ଚ୍ଚିତା-ସବ୍ୟସାଚୀ । ଓଲିଉଡର ଅନେକ ସୁପରହିଟ୍‌ ଫିଲ୍ମରେ ଏମାନେ ଏକାଠି ଅଭିନୟ କରିଛନ୍ତି ।

Spread the love