ରାତିରେ ଶୋଇବା ବେଳେ ତକିଆ ପାଖରେ ରଖନ୍ତୁ ଲେମ୍ବୁ

ଲେମ୍ବୁରେ ଥିବା ଭିଟାମିନ-ସି ଅନେକ ପ୍ରକାର ରୋଗ ସହିତ ଲଢିବାକୁ ସାହାଯ୍ଯ କରିଥାଏ। ଏହା ଶରୀର ପାଇଁ ଉପକାରୀ। କିନ୍ତୁ ଆପଣ ଜାଣନ୍ତି କି, ଅନେକ ଲୋକ ଶୋଇବା ସମୟରେ ନିଜ ତକିଆ ପାଖରେ ରଖି ଶୁଅନ୍ତି। କିନ୍ତୁ କ’ଣ ପାଇଁ ଏମିତି କରାଯାଏ ? ଆପଣ ଜାଣନ୍ତି କି ? ତକିଆ ପାଖରେ ଲେମ୍ବୁ ରଖି ଶୋଇବା ଦ୍ବାରା ଲୋକେ ଯାଦୁ କିମ୍ବା ପୁରୁଣା ଚିନ୍ତାଧାରାକୁ ଯୋଡି ଅଣଦେଖା କରିଦିଅନ୍ତି। କିନ୍ତୁ ଡାକ୍ତରଙ୍କ ମୁତାବକ, ଏହା କୌଣସି ଯାଦୁ କିମ୍ବା ପୁରୁଣା ଚିନ୍ତାଧାରା ନୁହେଁ ବରଂ ସ୍ବାସ୍ଥ୍ଯ ସମ୍ବନ୍ଧିତ ଅନେକ ଫାଇଦା ଦେଇଥାଏ। ଲେମ୍ବୁରେ ଭିଟାମିନ ସି, ଭିଟାମିନ ବି, କ୍ଯାଲିସିୟମ, ଫସଫରସ, ମ୍ଯାଗ୍ନେସିୟମ, ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟ ଭରପୂର ରହିଥାଏ। ଯାହା ଶରୀରର ବିଭିନ୍ନ ପ୍ରକାର ରୋଗ ଯଥା ଉଚ୍ଚ ରକ୍ତଚାପ, ହାଇପର ଟେନସନ, ହାର୍ଟ ଫେଲିଅର ଭଳି ରୋଗକୁ ଦୂରେଇ ରଖିଥାଏ। ରାତିରେ ଶୋଇବା ସମୟରେ ତକିଆ ପାଖରେ ଲେମ୍ବୁ ରଖିବା ଦ୍ବାରା ରକ୍ତଚାପ କମ୍ ରହିଥାଏ। ଲେମ୍ବୁର ବାସ୍ନା ଯୋଗୁଁ ଶରୀରରେ ଥିବା ସେରୋଟିନ ଲେବଲ ବଢିଥାଏ, ଯାହା ଯୋଗୁଁ ବ୍ଲଡପ୍ରେସର ରୋଗୀ ପାଇଁ ଲାଭ ମିଳିଥାଏ।
ଅଧିକ ଥକ୍କାପଣ ଅନୁଭବ କଲେ ଷ୍ଟ୍ରେସ ବଢିଯାଏ। ଆଉ ରାତିରେ ଭଲରେ ନିଦ ହୋଇନଥାଏ। ଏଥିପାଇଁ ମସ୍ତିଷ୍କ ଅଶାନ୍ତ ରହିଥାଏ। ଏମିତିରେ ଆପଣ ଏହି ଉପାୟ ଆପଣାଇପାରିବେ।
ଯଦି ଆପଣଙ୍କ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେଉଛି, ତେବେ ଆପଣ ତକିଆ ପାଖରେ ଲେମ୍ବୁ ଖଣ୍ଡେ ରଖି ଶୋଇପାରିବେ। ଏମିତିରେ ଭଲ ନିଦ ହୋଇଥାଏ।
ରାତିରେ ଶୋଇବା ସମୟରେ ଲେମ୍ବୁ ପାଖରେ ରଖି ଶୋଇବା ଦ୍ବାରା ମଶା ପାଖକୁ ଆସନ୍ତି ନାହିଁ। ଲେମ୍ବୁ ବାସ୍ନାରେ ମଶା ପାଖକୁ ଆସିବେ ନାହିଁ।
ଲେମ୍ବୁରେ ଆଣ୍ଟିବ୍ଯାକ୍ଟେରିଆଲ ଗୁଣ ସହିତ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଥାଏ। ଯାହା ଆପଣଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ ସାହାଯ୍ଯ କରିଥାଏ। ଯଦି ଆପଣ ଆଜମା କିମ୍ବା ଥଣ୍ଡାରେ ପୀଡିତ ତେବେ ରାତିରେ ଶୋଇବା ସମୟରେ ପାଖରେ ଲେମ୍ବୁ ରଖି ଶୁଅନ୍ତୁ।

Spread the love