ଦୋକାନୀ ୧ ହଜାର ଟଙ୍କାରେ ଦେଉଛନ୍ତି ଗୋଟିଏ କପ୍‌ ଚା’!

ବହୁତ ଲୋକଙ୍କ ପାଇଁ ଚା’ ସେମାନଙ୍କ ଜୀବନ ହୋଇଥାଏ। କିନ୍ତୁ କେହି କେବେ କ’ଣ ଚା’ ପାଇଁ ୧୦୦୦ ଟଙ୍କା ଖର୍ଚ୍ଚ କରିପାରେ? ପ୍ରକୃତ କଥା ହେଉଛି, କୋଲକାତାର ମୁକୁନ୍ଦପୁରରେ ଏକ ଟି ଷ୍ଟଲ୍‌ ରହିଛି, ଯେଉଁଠି ‘ସବୁଠୁ ମହଙ୍ଗା’ ଚା’ ମିଳୁଛି। ଏହି ଛୋଟ ଦୋକାନରେ ୧୦୦ ପ୍ରକାରର ଚା’ ପରସା ଯାଇଥାଏ। ଏଠାରେ ଏକ କପ୍‌ ଚା’ ୧୨ ଟଙ୍କାରୁ ନେଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦାମ୍‌ରେ ମିଳୁଛି। ସବୁଠୁ ମହଙ୍ଗା ଚା’ର ନାଁ ‘Bo-Lay’। ଏହାର ୧ କିଲୋଗ୍ରାମ ପତ୍ର ୩ ଲକ୍ଷ ଟଙ୍କାରେ ଆସିଥାଏ। ଏହାଛଡ଼ା ଏହି ଦୋକାନରେ ଲ୍ୟାଭେଣ୍ଡର ଟି, ଓକେଟି ଟି, ଓ୍ଵାଇନ୍‌ ଟି, ତୁଳସୀ-ଜିଞ୍ଜର ଟି, ହିବିସ୍କସ୍‌ ଟି, ତିସ୍ତା ଭ୍ୟାଲି ଟି, ମକଇବାରୀ ଟି, ରୁବିଏସ୍‌ ଟି, ସିଲଭର ନିଡଲ୍‌ ହ୍ଵାଇଟ୍‌ ଟି ଏବଂ ବ୍ଲ୍ୟୁ ଟିଶ୍ୟନ୍‌ ଟି ଭଳି ଅନେକ ସ୍ୱାଦ ମିଳିଥାଏ।
୨୦୧୪ରେ ଖୋଲିଥିଲା ଏହି ଦୋକାନ
ଏହି ଦୋକାନର ମାଲିକ ହେଉଛନ୍ତି ପାର୍ଥ ପ୍ରାତିମ ଗାଙ୍ଗୁଲି। ପୂର୍ବରୁ ସେ ଚାକିରି କରୁଥିଲେ। କିନ୍ତୁ ଏହି କ୍ଷେତ୍ରରେ ଆଗକୁ ବଢ଼ିବାକୁ ଚାହୁଁଥିଲେ। ହେଲେ ପରେ ସେ ଚାକିରି ଛାଡ଼ି ଦେଇଥିଲେ ଏବଂ ଏକ ଟ୍ଵିଷ୍ଟ୍‍ ସହିତ ଚା’ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୪ ମସିହାରେ ସେ Nirjash ନାମରେ ନିଜର ଏକ ଛୋଟିଆ ଟି ଷ୍ଟଲ୍‌ ଖୋଲିଥିଲେ, ଯାହାକି ଏବେ ବେଶ୍‌ ଲୋକପ୍ରିୟତା ହାସଲ କରିଛି।

Spread the love