ତଳେ ବସି ଖାଆନ୍ତୁ ରହିବେ ସୁସ୍ଥ, ମିଳିବ ଏହି ସବୁ ଫାଇଦା

ଆଜିକାଲି ଅଧିକାଂଶ ଲୋକେ ଡାଇନିଂ ଟେବଲ୍‌ରେ ଖାଇବାକୁ ପସନ୍ଦ କରୁଛନ୍ତି । ଆଜିକାଲି ପିଲା ତ ବେଡ୍‌ ଉପରେ ବସି ଖାଇବାକୁ ଲାଗିଲେଣି । ସମୟ ଥିଲା ପରିବାରରେ ସଭିଏଁ ଏକାଠି ତଳେ ବସି କରି ଖାଉଥିଲେ । ତଳେ ବସି ଖାଇବାର ମଜା କିଛି ଥିଲା ଅଲଗା । ଏହି ଖାଇବାରେ କେବଳ ଆନନ୍ଦ ନଥିଲା ଏହା ସହିତ ଜଡ଼ିତ ଥିଲା କିଛି ବୈଜ୍ଞାନିକ ତତ୍ତ୍ୱ । ତଳେ ବସି ଖାଇବା ଦ୍ୱାରା ଶରୀରକୁ ମିଳୁଥିଲା ଅନେକ ଫାଇଦା । ତେବେ ଆସନ୍ତୁ ଜାଣିବା ତଳେ ବସି କରି ଖାଇବାର କିଛି ଫାଇଦା ସମ୍ପର୍କରେ ।
୧.ଶରୀରର ଗଠନ ଠିକ୍‌ ରହିଥାଏ ।
ତଳେ ବସି କରି ଖାଇବା ଦ୍ୱାରା ଆମ ଶରୀର ଗଠନ ଠିକ୍‌ ରିହଥାଏ । ଯେତେବେଳେ ଆମେ ତଳେ ବସି କରି ଖାଇଥାଉ ଆମର ଶରୀର ସମ୍ପୂର୍ଣ୍ଣ ସିଧା ରହିଥାଏ । ଯେତେବେଳେ ଆପଣ ଏକଦମ୍‌ ସିଧା ହୋଇ ବସିଥାନ୍ତି ଶରୀରରେ ରକ୍ତ ସଂଚାଳନ ମଧ୍ୟ ଠିକ୍‌ ହୋଇଥାଏ ।
୨. ହାର୍ଟ ରହିଥାଏ ସୁସ୍ଥ
ତଳେ ବସି କରି ଖାଇବା ଦ୍ୱାରା ହାର୍ଟ ରହିଥାଏ ସୁସ୍ଥ । ଆପଣଙ୍କୁ ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଯେ ହାର୍ଟ ସୁସ୍ଥ ରହିଥାଏ । ଏହାଦ୍ୱାରା ରକ୍ତ ସଂଚାର ମଧ୍ୟ ବଢ଼ିଥାଏ । ମାଂସପେଶୀର ଅସୁବିଧା ହୋଇନଥାଏ ।

୩. ମାନସିକ ସମସ୍ୟାରୁ ମିଳିଥାଏ ମୁକ୍ତି
ଆମେ ତଳେ ବସିବା ଦ୍ୱାରା ଯେଉଁ ପୋସ୍‌ଚରରେ ବସୁ ଏହାଦ୍ୱାରା ମାନସିକ ଚାପ ଦୂର ହୋଇଥାଏ । ତଳେ ବସି ଖାଇବା ଦ୍ୱାରା ଏହା ସୁଖାସନ ଯୋଗ ବନି ଯାଇଥାଏ । ଯାହାଦ୍ୱାରା ବହୁତ ଫାଇଦା ମିଳିଥାଏ । ତଳେ ବସି ଖାଇବା ଦ୍ୱାରା ଆପଣ ଅଜଣାରେ ଯୋଗ କରିଦେଇଥାନ୍ତି ।
୪. ହଜମ ଶକ୍ତି ଓ ମାଂସପେଶୀ ହୋଇଥାଏ ମଜବୁତ୍‌
ଯଦି ଆପଣଙ୍କ ହଜମ ଠିକ୍‌ ଭାବରେ ହେଉ ନଥାଏ । କିମ୍ବା ପେଟରେ କିଛି ଗଡବଡି ଥାଏ ତେବେ ଆପଣ ତଳେ ବସି ଖାଇବା ଠାରୁ ଆଉ ଭଲ ଉପାୟ କିଛି ନାହିଁ । ତଳେ ବସି କରି ଖାଇବା ଦ୍ୱାରା ଆପଣ ପ୍ଲେଟ ଆଡକୁ ନଇଁ ଥାନ୍ତି ପୁଣି ପଛକୁ ଉଠିଥାନ୍ତି । ଏହାଦ୍ୱାରା ଆପଣଙ୍କ ପାଚନ ଶକ୍ତି ବହୁତ ଭଲ ହୋଇଥାଏ । ଶରୀରକୁ ମଧ୍ୟ ନାଚୁରାଲ୍‌ ଶକ୍ତି ମିଳିଥାଏ । ଏହାଦ୍ୱାରା ମାଂସପେଶୀ ମଜବୁତ୍‌ ହୋଇଥାଏ ।
୫. ବ୍ଲଡ୍‌ ସଂଚାର ଭଲ ହେବା ସହ ଓଜନ କଣ୍ଟ୍ରୋଲରେ ରହିଥାଏ
ତଳେ ବସି କରି ଖାଇବା ଦ୍ୱାରା ଶିରା ପ୍ରଶିରା ଚାପ ପଡ଼ିଥାଏ । ଏହାଦ୍ୱାରା ରକ୍ତ ସଂଚାର ଭଲ ହୋଇଥାଏ । ଏଥିସହିତ ଓଜନ ମଧ୍ୟ କଣ୍ଟ୍ରୋଲରେ ରହିଥାଏ । କାରଣ ହଜମ ପ୍ରକ୍ରିୟା ସହ ଓଜନର ମଧ୍ୟ ସମ୍ପର୍କ ରହିଥାଏ । ତଳେ ଖାଇବା ଦ୍ୱାରା ଏକ ପ୍ରକାର ବ୍ୟାୟାମ ହୋଇଯାଇଥାଏ । ଯାହାକି ଓଜନକୁ କଣ୍ଟ୍ରୋଲରେ ରଖିଥାଏ ।

Spread the love