ମଧୁମେହ ରୋଗୀ ସପ୍ତାହକୁ ୩ରୁ ୪ ଥର ନିମ ପତ୍ର ଖାଇବା ଦ୍ୱାରା ମିଳିଥାଏ ଖୁବ ଉପକାର
(ସତ୍ୟ ଦ୍ରଷ୍ଟା ) : ନିୟମିତ ନିମ ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ଦୂର ହେବା ସହ ଶରୀର ପାଇଁ ବେଶ ଉପକାରୀ ଅଟେ। ଜାଣନ୍ତୁ ନିମ ପତ୍ର ଖାଇବା ଦ୍ୱାରା କି କି ଉପକାର ହୋଇଥାଏ…
1- ମଧୁମେହ ରୋଗୀ ସପ୍ତାହକୁ ୩ରୁ ୪ ଥର ନିମ ପତ୍ର ଖାଇବା ଦ୍ୱାରା ଖୁବ ଉପକାର ମିଳିଥାଏ।
2- ଏହାସହ ବିଭିନ୍ନ ପ୍ରକାରର ସଂକ୍ରମଣ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ।
3- ନିମ ପତ୍ର ଖାଇବା ଦ୍ୱାରା ଚର୍ମ ପାଇଁ ବେଶ ହିତକାରକ ଅଟେ।
4- କେଶ ପାଇଁ ଏହା ବରଦାନ ଠାରୁ କମ ନୁହେଁ। ସାମ୍ପୁ ପରିବର୍ତ୍ତେ ଏହାକୁ କେଶ ସଫା ପାଇଁ ବ୍ୟବହାର କରିବା ଦ୍ୱାରା କେଶର ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ।
5- ନିୟମିତ ସକାଳ ସମୟରେ ନିମ ପତ୍ର ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ। ହଜମ ପ୍ରକ୍ରିୟା ସୂଚାରୁ ରୂପେ ହୋଇଥାଏ।
6- ଖାଲି ପେଟରେ ନିୟମିତ ଅଳ୍ପ ନିମ ପତ୍ର ଖାଇବା ଦ୍ୱାରା କର୍କଟ ଓ ହୃଦ ଜନିତ ରୋଗ ଠାରୁ ଶରୀରକୁ ଦୂରେଇ ରଖେ।
7- ନିମ କାଠିକୁ ଦାନ୍ତ ଘଷିବା ସମୟରେ ବ୍ୟବହାର କରିବା ଦ୍ୱାରା ଦାନ୍ତ ମଜଭୂତ କରିଥାଏ, ଦାନ୍ତରୁ ଦୂଷିତ ପଦାର୍ଥ ବାହାର କରିବା ସହ ଦାନ୍ତ ଜନିତ ବିଭିନ୍ନ ସମସ୍ୟା ଦୂର କରିଥାଏ।
8- ନିମ ପତ୍ରକୁ ପାଣି ପକାଇ ଭଲ ଭାବେ ଫୁଟାନ୍ତୁ। ଭଲ ଭାବେ ଫୁଟିବା ପରେ ଏହାକୁ ଥଣ୍ଡା କରି ଏହି ପାଣିରେ ମୁହଁ ଧୋଇଲେ ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ। ଚକ୍ଷୁ ଜନିତ ଅସୁବିଧା ଦୂର ହୋଇଥାଏ।
9- ଗଳା ଦରଜ ହେଉଥିଲେ ନିମ ପତ୍ର ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।