ସିନେମା ହିରୋଙ୍କ ସହ ମୋଦିଙ୍କୁ ତୁଳନା କଲେ ଫାରୁକ୍‌

ଲୋକସଭା ନିର୍ବାଚନ -୨୦୧୯କୁ ଆଉ ଅଳ୍ପଦିନ ବାକି ରହିଛି। ତେବେ ଏହି ନିର୍ବାଚନୀ ପ୍ରଚାର ସମୟରେ ଜଣେ ନେତା ଅନ୍ୟ ଜଣେ ନେତାଙ୍କୁ ନିଚା ଦେଖାଇବାରେ କୌଣସି ବି ମଉକା ଛାଡୁ ନଥିବାର ପ୍ରତିଦିନ ବିଭିନ୍ନ ଘଟଣାମାନ ସାମ୍ନାକୁ ଆସୁଛି। ଏହି କ୍ରମରେ ନ୍ୟାସନାଲ କନଫ୍ରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲା ବିଜେପିକୁ ଆକ୍ଷେପ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଫାରୁକ୍‌ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୁଳନା ସିନେମା ଅଭିନେତାଙ୍କ ସହ କରି କହିଛନ୍ତି, ମୋଦି ଜଣେ ଭଲ ‘ଅଭିନେତା’ ଓ ‘ଅଭିନୟ’ ମାମଲାରେ ସେ ଭଲଭଲ ଅଭିନେତାଙ୍କୁ ପଛରେ ପକାଇ ଦେଇଛନ୍ତି। ଫାରୁକ୍‌ ଏହା ବି ଅଭିଯୋଗ କରିଛନ୍ତି କି, ବର୍ତ୍ତମାନ ସରକାର ସମସ୍ତ ମୋର୍ଚ୍ଚାରେ ବିଫଳ ରହିଛି। ଏମାନେ ପୁଲଓ୍ଵାମା ଆକ୍ରମଣର ପଛରେ ଲୁଚି ଖସିଯିବାର ରାସ୍ତା ଦେଖି ନେଇଛନ୍ତି।
ଛତିଶଗଡ଼ରେ ଯେତେବେଳେ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ ସେତେବେଳେ ତ ମୋଦି ସେଠାରେ ଉପସ୍ଥିତ ନଥିଲେ। ସେ ସୁଟିଂରେ ବ୍ୟସ୍ତ ଥିଲେ। କ’ଣ ଛତିଶଗଡ଼ରେ ସିଆରପିଏଫ୍‌ ଯବାନଙ୍କ ବଳିଦାନ ତାଙ୍କୁ ପ୍ରଭାବିତ କରି ନଥିଲା, ସେ ଏପରି କିପରି କରି ପାରିଲେ? ସୁଟିଂରେ ତାଙ୍କର ବ୍ୟସ୍ତତା ଦେଖି ଲାଗୁଛି କି ଅଭିନୟ କଳାରେ ସେ ଦିଲୀପ କୁମାର, ରାଜ କପୁର ଓ ଶାହାରୁୁଖ ଖାନ୍‌ ଭଳି ଅଭିନେତାଙ୍କୁ ପଛରେ ପକାଇ ଦେବେ।

Spread the love