ଗଙ୍ଗାଜଳର ଏହି ଚମତ୍କାରୀ ଉପାୟ ଖୋଲିଦେବ ଆପଣଙ୍କ ବନ୍ଦ ଭାଗ୍ୟର ଚାବି

ହିନ୍ଦୁ ଧର୍ମ ପୂଜା ପାଠ କିମ୍ବା କୌଣସି ବି ଧାର୍ମିକ କାମରେ ଗଙ୍ଗାଜଳର ବିଶେଷ ମହତ୍ତ୍ୱ ରହିଛି। ଏଥିପାଇଁ ଲୋକମାନେ ଶୁଭ ଦିନ ଏବଂ ଖାସ୍ ଦିନ ଗୁଡିକରେ ଗଙ୍ଗା ନଦୀରେ ସ୍ନାନ କରନ୍ତି। ମାନ୍ୟତା ରହିଛି ଯେ ଏହାଦ୍ୱାରା ଜୀବନରେ ଅନେକ ସମସ୍ୟା ଦୂର ହୋଇ ମୋକ୍ଷ ପ୍ରାପ୍ତି ହୋଇଥାଏ। ପୁରାଣ ଅନୁଯାୟୀ ଗଙ୍ଗାଜଳକୁ ଅମୃତ ବୋଲି ଧରାଯାଏ। ଏମିତିରେ ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଉପାୟକୁ କରିବା ଦ୍ୱାରା ଜୀବନର ସମସ୍ୟା ଦୂର ହୋଇ ମନସ୍କାମନା ପୂରା ହୋଇପାରିବ। ତାହେଲେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।ଯେଉଁ ଲୋକ ଭଲ ଚାକିରି ସନ୍ଧାନରେ ଅଛନ୍ତି ସେମାନେ ଗଙ୍ଗାଜଳ ସହ ଜଡିତ ଏହି ଉପାୟ କରିପାରିବେ। ଏହି ଉପାୟକୁ କରିବାକୁ ହେଲେ

ପିତ୍ତଳ ଲୋଟାରେ ଗଙ୍ଗାଜଳ ଭରି ଶିବଙ୍କୁ ଚଢ଼ାନ୍ତୁ। ପରେ ସେଥିରେ ବେଲ ପତ୍ର ଏବଂ ପଦ୍ମ ଫୁଲ ପକାଇ ମହାଦେବଙ୍କୁ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ବ୍ୟବସାୟ ଏବଂ ଚାକିରି ସହ ଜଡିତ ସମସ୍ୟା ଦୂର ହୋଇ ଘରେ ସୁଖ ସମୃଦ୍ଧି ଏବଂ ଶାନ୍ତିର ବାସ ହୋଇଥାଏ।ଭଗବାନ ଶିବଙ୍କୁ ଗଙ୍ଗାଜଳ ଅତିପ୍ରିୟ। ଏମିତିରେ ଜ୍ୟୋତିଷ ଏବଂ ବାସ୍ତୁ ଅନୁଯାୟୀ ନିୟମିତ ରୂପରେ ଭୋଳାନାଥଙ୍କୁ ଗଙ୍ଗାଜଳ ଚଢ଼ାଇବା ଉଚିତ। ଏହାଦ୍ୱାରା ଜୀବନର ସମସ୍ୟା ଦୂର ହୋଇ ସୁଖ ମିଳିଥାଏ। ଏହାସହିତ ମନୁଷ୍ୟକୁ ମୋକ୍ଷ ପ୍ରାପ୍ତି ହୋଇଥାଏ।ବାସ୍ତୁ ଅନୁସାରେ ଘରେ ଗଙ୍ଗାଜଳ ରଖିବା ଦ୍ୱାରା କରଜରୁ ମୁକ୍ତି ପାଇବା ସହିତ ଆୟର ନୂଆ ସ୍ତ୍ରୋତ ମିଳିଥାଏ। ଏଥିପାଇଁ ଗଙ୍ଗାଜଳକୁ ପିତ୍ତଳ ବୋତଲରେ ପକାଇ କୋଠରୀ ଉତ୍ତର-ପୂର୍ବ କୋଣରେ ରଖନ୍ତୁ। କୁହାଯାଏ ଯେ ଏହାଦ୍ୱାରା ଋଣ ଭାର ସମସ୍ୟା ଦୂର ହୋଇ ଜୀବନରେ ସୁଖ ଆସିଥାଏ।

ପୁରାଣ ଅନୁଯାୟୀ ଗଙ୍ଗା ଜଳକୁ ଘରେ ସବୁବେଳେ ରଖିବା ଉଚିତ। ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହେବା ସହିତ ସୁଖ-ସମୃଦ୍ଧି ଏବଂ ଶାନ୍ତି ପ୍ରାପ୍ତ ହୋଇଥାଏ।

ଯେଉଁ ଘରେ ଲୋକମାନେ ସବୁବେଳେ ରୋଗରେ ପଡୁଥିବେ ତାଙ୍କୁ ପ୍ରତିଦିନ ଗଙ୍ଗାଜଳକୁ ସେବନ କରିବା ଉଚିତ। ମାନ୍ୟତା ରହିଛି ଏହାଦ୍ୱାରା ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ।

Spread the love