ଆସନ୍ତା ୨୧ରୁ ଦୁଇ ଦିନଆ ଓଡିଶା ଗସ୍ତରେ ରାଷ୍ଟ୍ରପତି

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୨୧ ଓ ୨୨ ତାରିଖ ଦୁଇ ଦିନ ପାଇଁ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି । ୨୧ ତାରିଖ ରବିବାର ଦିନ ରାଉରକେଲା ଏନଆଇଟିର ୧୮ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଅନ୍ୟ କେତେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ।୨୧ ତାରିଖ ଭୁବନେଶ୍ୱର ରାଜଭବନରେ ରହିବେ । ୨୨ ତାରିଖ ସୋମବାର କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର କୋଣାର୍କ ପରିଦର୍ଶନ କରୁଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ରାଉରକେଲା ଓ କୋଣାର୍କ ଗସ୍ତ ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରିବେ ।

Spread the love