ମହିଳାଙ୍କୁ ନେଇ ଡିଏମକେର ବଡ଼ ଘୋଷଣା: ସରକାର ଗଢ଼ିଲେ ପ୍ରତି ପରିବାରର ମହିଳାଙ୍କୁ ମିଳିବ ମାସିକ ୧୦୦୦ ଟଙ୍କା

ବିଧାନସଭା ନିର୍ବାଚନକୁ ନେଇ ତାମିଲନାଡୁରେ ଡିଏମକେର କଲା ବଡ଼ ଘୋଷଣା । ରବିବାର ଦଳର ସଂକଳ୍ପ ପତ୍ର ଜାରି କରାଯାଇ ଏକ ବଡ଼ ଘୋଷଣା କରିଛି ଡିଏମକେ। ଦଳର ମୁଖ୍ୟ ଏମକେ ଷ୍ଟାଲିନ ସାତ ସୁତ୍ରୀ ପ୍ରତିଶ୍ରୁତି ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନ କରିଛନ୍ତି । ଏପ୍ରିଲ ୬ ବିଧାନସଭା ନିର୍ବାଚନରେ ଦଳ କ୍ଷମତାକୁ ଆସିଲେ ତାମିଲନାଡୁର ସମସ୍ତ ପରିବାରର ମହିଳା ମୁଖିଆଙ୍କୁ ମାସକୁ ୧୦୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବ ବୋଲି ଡିଏମକେ ରବିବାର ନିଶ୍ଚିତ କରିଛି।
ସମସ୍ତଙ୍କୁ ସାମାଜିକ ନ୍ୟାୟ ଦେବା ପାଇଁ ଡିଏମକେ ପ୍ରତି ପରିବାରର ମହିଳାଙ୍କୁ ମାସିକ ଏକ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଛି । ଏହାଛଡ଼ା ବାର୍ଷିକ ୧୦ଲକ୍ଷ ରୋଜଗାର ସୃଷ୍ଟି କରିବାକୁ ମଧ୍ୟ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛି ଡିଏମକେ । ସେହିପରି କୃଷି, ବ୍ୟବସାୟ, ଜଳସେଚନ, ରୋଜଗାର, ଶିଳ୍ପ ଉପରେ ବିକାଶର ଏକ ଖସଡ଼ା ରଖିଛନ୍ତି ଡିଏମକେ ସୁୁପ୍ରିମୋ ଏମକେ ଷ୍ଟାଲିନ ।
ଆର୍ଥିକ ଏଜେଣ୍ଡାର ଏକ ଅଂଶ ଭାବରେ ମକ୍କଲ ନିଧୀ ମାଇୟମର ମୁଖ୍ୟ ତଥା ଅଭିନେତା କମଲ ହାସନ ଘରେ କାମ କରୁଥିବା ମହିଳାମାନଙ୍କୁ ମାସିକ ଟଙ୍କା ଦେବ ନେଇ ପ୍ରତିଶ୍ରୁତି ଦେବାର ୩ମାସ ପରେ ରବିବାର ଏଭଳି ଘୋଷଣା କରିଛି ଡିଏମକେ। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ମତଦାତାଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ଏହି ଦୁଇ ଦଳ ଏବେ ଖୁବ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

Spread the love