ମହିଳା ଦିବସରେ ଟ୍ରାଏ କରନ୍ତୁ କିଛି ନୂଆ, ବନାନ୍ତୁ କମଳା ବରଫି

ଆବଶ୍ୟକୀୟ ସାମଗ୍ରୀ:
୫ ଟା କମଳା
୪୦୦ ଗ୍ରାମ୍‌ ଖୁଆ
୪୦୦ ଗ୍ରାମ୍‌ ଗୁଣ୍ଡ ଚିନି
୫ କାଜୁ
୫ ବାଦାମ
୧ ଛୋଟ ଚାମଚ ଅଚେଇଚ ଗୁଣ୍ଡ
୧ ଚାମଚ ଘିଅ
୧/୪ କପ୍‌ କୋରା ନଡ଼ିଆ
ପ୍ରସ୍ତୁତି ପ୍ରଣାଳୀ:
କମଳାର ବରଫି ତିଆରି କରିବା ପାଇଁ ପ୍ରଥମେ କମଳାର ଚୋପା ଛଡ଼ାଇ ଦେଇ ରସକୁ କାଢ଼ି ଅଲଗା ରଖନ୍ତୁ। ଏବେ କଡ଼େଇରେ ଖୁଆରେ ଚିନି ପକାଇ ହାଲ୍‌କା ଆଞ୍ଚରେ ଟିକେ ଭାଜନ୍ତୁ। ଏହା ସୁନେଲି ରଙ୍ଗର ହୋଇଥିଲେ ଏଥିରେ କମଳା ରସ ଓ କୋରା ନଡ଼ିଆ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହା କାଠୁଆ ହୋଇଗଲେ ଏଥିରେ ଘିଅ ଓ ଗୁଣ୍ଡ ଅଳେଇଚ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏକ ବଡ଼ ଥାଳିରେ ଘିଅ ଲଗାଇ ଚିକ୍କଣ କରିଦିଅନ୍ତୁ। ତା’ ଉପରେ ଏହି ମିଶ୍ରଣକୁ ଢାଳି ଥାପି ଦିଅନ୍ତୁ। ଏହା ଉପରେ କଟା ବାଦାମ ପକାନ୍ତୁ। ଏବେ ଏହାକୁ ନିଜ ଇଚ୍ଛା ମୁତାବକ ଆକାରରେ କାଟି ସର୍ଭ କରନ୍ତୁ ‘କମଳା ବରଫି’।

Spread the love