ଭଗବାନ ବିଷ୍ଣୁ ଓ ହନୁମାନଙ୍କ ପୂଜା କରିବା ପାଇଁ ମଙ୍ଗଳବାର ପଡ଼ୁଛି ଅଦ୍ଭୁତ ସଂଯୋଗ, ଏମିତି କରନ୍ତୁ ଆରାଧନା
ମାର୍ଚ୍ଚ ୯ ତାରିଖ ମଙ୍ଗଳବାର ଦିନ ଫାଲଗୁନ୍ କୃଷ୍ଣ ପକ୍ଷର ଏକାଦଶୀ ତିଥି ପଡ଼ୁଛି। ମଙ୍ଗଳବାର ଏକାଦଶୀ ପଡ଼ୁଥିବାରୁ ଏହି ଦିନର ମହତ୍ତ୍ୱ ଆହୁରି ବଢ଼ିଯାଉଛି। ମଙ୍ଗଳବାର ପ୍ରଭୁ ହନୁମାନଙ୍କୁ ସମର୍ପିତ ହୋଇଥିବା ବେଳେ ଏକାଦଶୀ ତିଥିରେ ବିଷ୍ଣୁଙ୍କୁ ପୂଜା କଲେ ବିଶେଷ ଫଳ ପ୍ରାପ୍ତି ହୋଇଥାଏ। କଠିନ ବ୍ରତ ମଧ୍ୟରୁ ଏକାଦଶୀ ଗୋଟିଏ। ମଙ୍ଗଳବାର ବିଜୟା ଏକାଦଶୀ ପଡ଼ୁଛି। କିମ୍ବଦନ୍ତୀ ଅନୁସାରେ ଏହି ଏକାଦଶୀ କଲେ ସମସ୍ତ ସଙ୍କଟ ଦୂର ହୋଇ ବିଜୟ ପ୍ରାପ୍ତ ହୋଇଥାଏ। ଏଣୁ ଏହାର ନାମ ବିଜୟା ଏକାଦଶୀ।
ଯେଉଁମାନଙ୍କ ଜୀବନରେ ବିଭିନ୍ନ ସମସ୍ୟା ଲାଗି ରହୁଛି, ସେମାନେ ଏହି ଦିନ ବିଶେଷ ପୂଜାର୍ଚ୍ଚନା କରିବା ଉଚିତ୍। ଏହି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ପରେ ପୂଜା ଆରମ୍ଭ କରିବା ଉଚିତ୍। ବିଧିପୂର୍ବକ ପୂଜା ଓ ବ୍ରତ ରଖିଲେ ସମସ୍ତ ସମସ୍ୟା ଦୂର ହେଇଥାଏ।
ଶନିଦେବଙ୍କ ଅଶୁଭ ପ୍ରଭାବ କମ୍ କରିବା ପାଇଁ ଏହି ଦିନ ହନୁମାନଙ୍କର ସ୍ୱତନ୍ତ୍ର ପୂଜା କରନ୍ତୁ। ଅନ୍ୟପଟେ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ମଧ୍ୟ ନବଗ୍ରହ ଶାନ୍ତି ହୋଇଥାନ୍ତି। ମଙ୍ଗଳବାର ହନୁମାନ ଚାଳିଶା ପାଠ କଲେ ମହାବୀରଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ। ଏଥିସହ ସୁନ୍ଦରକାଣ୍ଡ ବି ପାଠ କରନ୍ତୁ।
