ଏମ୍‌ସକୁ ଅଣ୍ଟୁନି ଭେଣ୍ଟିଲେଟର୍ : ଅସ୍ତ୍ରୋପଚାର ପାଇଁ ବଡ଼ ବାଧକ

ଏମ୍‌ସ ଭୁବନେଶ୍ବର ପ୍ରତିଷ୍ଠାର ୯ ବର୍ଷ ପରେ ମଧ୍ୟ ଏଠାରେ ଆବଶ୍ୟକ ଭିତ୍ତିଭୂମିର ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେଇନାହାନ୍ତି ସରକାର। ଏତେବଡ଼ ଡାକ୍ତରଖାନାରେ ନାହିଁ ଆବଶ୍ୟକ ସଂଖ୍ୟକ ଭେଣ୍ଟିଲେଟର। ଜଟିଳ ରୋଗୀଙ୍କ ଅସ୍ତ୍ରୋପଚାରି ପାଇଁ ଏହା ବଡ଼ ବାଧକ ସାଜିଥିବା ବେଳେ ଏହି କାରଣରୁ ଅନେକ ସମୟରେ ରୋଗୀ ଘରୋଇ ଡାକ୍ତରଖାନାମୁହାଁ ହେଉଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଏମ୍‌ସ, ଭୁବନେଶ୍ବର ପ୍ରତି କାହିଁକି ଦୃଷ୍ଟି ଦେଉ ନାହିଁ ଏବଂ ସ୍ଥାନୀୟ ଜନପ୍ରତିନିଧି କାହିଁକି ଏହାକୁ ପ୍ରସଙ୍ଗ କରୁ ନାହାନ୍ତି, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ହଜାରେ ଶଯ୍ୟା ବିଶିଷ୍ଟ ଏମ୍‌ସରେ ରହିଛି ମାତ୍ର ୧୨୫ଆଇସିୟୁକୁ ମାତ୍ର ୭୫ଭେଣ୍ଟିଲେଟର୍‌। କରୋନା ସମୟରେ ଏଠାରେ କରୋନା ରୋଗୀଙ୍କ ଲାଗି ଏହାର ୫୦ପ୍ରତିଶତ ଭେଣ୍ଟିଲେଟର୍‌ ବ୍ୟବହାର ହେଉଥିଲା। ଏଥିଯୋଗୁଁ ଅଣକୋଭିଡ୍‌ ରୋଗୀଙ୍କ ଅବସ୍ଥା ଦୁର୍ବିଷହ ହେବାରେ ଲାଗିଥିଲା। ତେବେ କରୋନା ରୋଗୀ ସଂଖ୍ୟା ହ୍ରାସ ପରେ କିଛି ଦିନ ହେଲା କେବଳ ୧୦ଟି ଭେଣ୍ଟିଲେଟର୍‌କୁ କରୋନା ଡାକ୍ତରଖାନା ପାଇଁ ସଂରକ୍ଷିତ ରଖାଯାଇଛି। ଏହା ସତ୍ତ୍ବେ ଡାକ୍ତରଖାନାର ଭେଣ୍ଟିଲେଟର୍‌ ସଂକଟ ଦୂର ହୋଇପାରୁନାହିଁ। ବର୍ତ୍ତମାନର ଯଦି ସ୍ଥିତି ଏହିଭଳି; ତେବେ କରୋନା ଦ୍ବିତୀୟ ଲହରି ଆସିଲେ କିଭଳି ଏହାର ମୁକାବିଲା ହେବ, ତାହାକୁ ନେଇ ସନ୍ଦେହ ରହିଛି।

Spread the love