23 ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ବିଶାକ୍ତ ଦ୍ରବ୍ୟ ମିଶାଇଲେ ଶିକ୍ଷକ

ଚାଇନାରେ  ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି।  ଜଣେ ଶିକ୍ଷକ ଏକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ବିଶାକ୍ତ ଜିନିଷ ମିଶାଇଥିଲେ ।  ସ୍ଥାନୀୟ ହେନାନ ପ୍ରଦେଶର ଜିଆଓଜୁଓ ସ୍ଥିତ ମେଙ୍ଗ୍‌ମେଙ୍ଗ୍‌ କିଣ୍ଡରଗାର୍ଟନ ସ୍କୁଲରେ ଜଣେ ଶିକ୍ଷକ 23 ଛାତ୍ରୀଛାତ୍ରଙ୍କୁ ଦଲିଆରେ ନାଇଟ୍ରେଟ୍‌ ମିଶାଇ ଖାଇବାକୁ ଦେଇଛନ୍ତି। ଏହା ଖାଇବାପରେ ପିଲାଙ୍କୁ ବାନ୍ତି ହୋଇଥିଲା। ଶିକ୍ଷକ ପିଲାଙ୍କ ଘରକୁ ଫୋନ୍‌ କରି ଏହା ଜଣାଇଥିଲେ। ଖବର ମିଳିବା ପରେ ଛାତ୍ରୀଛାତ୍ରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୁସ୍ଥ ହେବା ପରେ ପିଲାମାନେ କହିଥିଲେ ଯେ, ସେମାନଙ୍କୁ ଖାଇବାକୁ ଦିଆଯାଇଥିବା ଦଲିଆ ମିଠା ପରିବର୍ତ୍ତେ ଲୁଣିଆ ଲାଗୁଥିଲା। ଦଲିଆ ପରୀକ୍ଷା ପରେ ସେଥିରେ ନାଇଟ୍ରୋଜେନ ମିଶାଯାଇଥିବା ଜଣାପଡ଼ିଥିଲା । ଏହା ଲିଭର ଏବଂ କିଡ୍‌ନୀକୁ ଅକାମୀ କରିଥାଏ ବୋଲି ଚିକିତ୍ସକ କହିଥିଲେ। ଶିକ୍ଷକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ପୋଲିସ ସୂଚନା ଦେଇଛି।

Spread the love