ଭୁବନେଶ୍ବରରେ ବର୍ଦ୍ଧିତ ହୋଲ୍ଡିଂ ଟିକସ ସ୍ଥଗିତ, ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବରରେ ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ ସ୍ଥଗିତ ରହିବା ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ସେ ଗଣମାଧ୍ୟମକୁ କହିଛନ୍ତି କି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର  ବର୍ଦ୍ଧିତ ହୋଲ୍ଡିଂ ଟିକସ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଛି। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ପର୍ଯ୍ୟନ୍ତ ଉକ୍ତ ମାମଲାରେ ହାଇକୋର୍ଟଙ୍କ ରାୟ ନ ଆସିଛି, ସେ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ଲାଗୁ ହେବ ନାହିଁ।

ପୂର୍ବରୁ ବିଏମ୍‌ସି ବର୍ଦ୍ଧିତ ହାରରେ ହୋଲ୍ଡିଂ ଟାସ୍କ ଆଦାୟ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ଏକ ଫର୍ମୂଲା ବା ଚେକ୍‌ ମାର୍କ ମୂଲାୟନକୁ ଆଧାର କରି କରାଯାଇଥିଲା। ଏହାକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ବିଭିନ୍ନ ଗୋଷ୍ଠୀ ଓ ଜନସାଧାରଣଙ୍କୁ ଏହି ବର୍ଦ୍ଧିତ ହାର ସମ୍ବନ୍ଧରେ ଅବଗତ କରଯାଇଥିଲା। ତେବେ ହୋଲ୍ଡି ଟିକସ ବଢ଼ିବା ବିରୋଧରେ ବିରୋଧୀ ଦଳମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସାମଗ୍ରିକ ଭାବରେ ଜନସାଧାରଣଙ୍କ ମନୋଭାବକୁ ଦୃଷ୍ଟିରେ ରଖି ହାଇକୋର୍ଟ ଶେଷ ଆଦେଶ ଦେବା ପର୍ଯ୍ୟନ୍ତ ଏହି ବର୍ଦ୍ଧିତ ନିଷ୍ପତ୍ତିକୁ ସ୍ଥଗିତ କରାଯାଇଛି।

Spread the love