ଟ୍ରକ ପଛରେ ପିଟିଲା ବୋଲେରା, ଦୁଇ ମୃତ

ଗାଡି ଚଳାଇଭା  ବେଳେ ଟିକେ ଅସାବଧନାତ ହେଲେ ମୃତ୍ୟୁର ସମ୍ଭବନା ଥାଏ । ତଥାପି  ଗାଡି ଚାଳକମାନେ ମାନିବାକୁ ନାରାଜ । ଫଳରେ ପ୍ରତିଦିନ ଗାଡି ଦୁର୍ଘଟଣାପେ ପୋକମାଛି ପରି ଲୋକଙ୍କର ମୃତ୍ୟୁ ହେଉଛି ।  ଏପରି ଏକ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ନିକଟରେ ଟ୍ରକ୍‌ ପଛରେ ବୋଲେରୋ ପିଟି ହୋଇଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକମାନେ ହେଲେ ବାଲାଗୁଡ଼ା ଗାଁର ବଲ୍ଲଭ ମହାକୁଡ଼ ଓ ତାଙ୍କ ପତ୍ନୀ ବୀଣାଦେବୀ।

ଗୁରୁତର ଭାବେ ଆହତ ବୋଲେରୋ ଡ୍ରାଇଭରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ମହାକୁଡ଼ ଦମ୍ପତି ବୋଲେରୋ ଯୋଗେ କେନ୍ଦୁଝରରୁ ବାଲାଗୁଡ଼ା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘନ କୁହୁଡ଼ି ଯୋଗୁ ଏ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଘନ କୁହୁଡ଼ି ଯୋଗୁ ବୋଲେରୋ ଡ୍ରାଇଭର ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଦେଖିପାରି ନଥିଲେ ଓ ତା’ ପଛରେ ପିଟି ଦେଇଥିଲେ। ବଲ୍ଲଭଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଡାକ୍ତରଖାନା ନେବା ବାଟରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା।

Spread the love