ଅଟୋ ଡ୍ରାଇଭର କଲେ ଜବରଦସ୍ତ ‘ଲାବଣୀ ଡ୍ଯାନ୍ସ’, ଭିଡିଓ ଭାଇରଲ ପରେ ବଦଳିଗଲା ଭାଗ୍ଯ

ଯେକୌଣସି ପରିସ୍ଥିତିରେ ମଧ୍ୟ ଅଧିକ ଦିନ ପର୍ଯ୍ଯନ୍ତ ବନ୍ଧକ ରହିପାରେ ନାହିଁ। ଏହା ସହିତ ସୋସିଆଲ ମିଡିଆରେ କେବେ କାହା ଭାଗ୍ଯ ରାତାରାତି ପରିବର୍ତ୍ତନ ହୋଇଯାଏ, ତାହା କୁହାଯାଇପାରିବ ନାହିଁ। ଏମିତି ଅନେକ ଉଦାହରଣ ଆମ୍ଭେ ପୂର୍ବରୁ ଦେଖିଆସିଛେ।ଆଜିକାଲି ସୋସିଆଲ ମିଡିଆର ବ୍ୟବହାର ହେତୁ ପିଲାମାନେ ବିଗିଡ଼ି ଯାଉଥିବା କୁହାଯାଉଛି। ତେବେ ଏହି ସୋସିଆଲ ମିଡିଆ ବ୍ୟବହାର କରି ପିଲାମାନେ କିଛି ଶିକ୍ଷା ପାଉଥିବା ବି ଦେଖିବାକୁ ମିଳିଛି। ଏବେ ଏହି ସୋସିଆଲ ମିଡିଆ ଯୋଗୁଁ ଜଣେ ଅଟୋ ଚାଳକଙକ ପ୍ରତିଭା ସାମ୍ନାକୁ ଆସିପାରିଛି। ନିକଟରେ ଜଣେ ଅଟୋ ଚାଳକ ଏମିତି ନୃତ୍ୟ କରିଛନ୍ତି କି ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ସେ ଷ୍ଟାର ପାଲଟି ଯାଇଛନ୍ତି।

ଏହି ଭିଡିଓରେ ଅଟୋ ଚାଳକଙ୍କୁ ପାରମ୍ପରିକ ଲୋକନୃତ୍ୟ ‘ଲାବଣୀ’ କରୁଥିବା ଦେଖିବାକୁ ମିଳୁଛି। ଏଥିସହିତ ଅନ୍ୟ ଅଟୋଚାଳକମାନେ ତାଙ୍କ ପାଖରେ ଠିଆ ହୋଇ ତାଳି ବଜାଇ ତାଙ୍କୁ ଉତ୍ସାହିତ କରୁଥିବା ବି ନଜରକୁ ଆସିଛି।୪୫ବର୍ଷୀୟ ବାବାଜୀ କାମ୍ବେଲ ଗତ କିଛି ବର୍ଷ ଧରି ବାରାମତୀ ସହରରେ ଅଟୋ ଚଳାଇ ଆସୁଛନ୍ତି। ତାଙ୍କ ପରିବାର କହିଲେ ସ୍ତ୍ରୀ ଏବଂ ଦୁଇ ପୁଅ। ବଡ଼ ପୁଅ ଦଶମରେ ପଢ଼ୁଥିବା ବେଳେ ସାନ ସପ୍ତମରେ ପଢ଼ୁଛି। କରୋନା ମହାମାରୀ ଯୋଗୁ ବାବାଜୀ କାମ୍ବେଲଙ୍କ ବ୍ୟବସାୟ ଠପ ହୋଇଯାଇଥିଲା। ଏବେ ପୁଣିଥରେ ପରିସ୍ଥିତି ଧୀରେଧୀରେ ସ୍ବଭାବିକ ହେବାକୁ ଯାଉଛି। ତେଣୁ କାମରୁ ସମୟ ବାହାର କରି ବାବାଜୀ କାମ୍ବେଲ ନିଜ ସାଥୀ ଅଟୋ ଚାଳକଙ୍କ ମେଳରେ ମନୋରଞ୍ଜନ କରିବାକୁ ରାସ୍ତାରେ ନୃତ୍ୟ କରିଥିଲେ।

ବାବାଜୀଙ୍କ ଏହି ଭିଡିଓ ସୁଟ କରି ମହାରାଷ୍ଟ୍ର ଇନଫରମେସନ ସେଣ୍ଟରର ଡେପୁଟି ଡାଇରେକ୍ଟର ଦୟାନ୍ଦ କାମ୍ବେଲେ ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଥିଲେ। ଏହାପରେ ବାବାଜୀଙ୍କ ନୃତ୍ୟ କରିବାର ଏହି ଭିଡିଓ ଭାଇରାଲ ହୋଇଯାଇଥିଲା। ଅଟୋ ଚାଳକଙ୍କ ଏଭଳି ପ୍ରତିଭା ଦେଖି ସିନେମା ନିର୍ଦେଶକ ଘନଶ୍ୟାମ ୟେଡେ ବାବାଜୀ କାମ୍ବେଲଙ୍କୁ ଦୁଇଟି ମରାଠୀ ସିନେମା‘ ଚଲ ରେ ଫୌଜୀ’ ଓ ‘କବଚ’ରେ କାମ କରିବାର ଅଫର ଦେଇଛନ୍ତି।

Spread the love