ସମୁଦ୍ର ଭିତରେ ମୁନିଆ ଦାନ୍ତରେ ତିମିକୁ ଖାଇଚାଲିଛି ଭୋକିଲା ସାର୍କ, ଦେଖନ୍ତୁ ଖତରନାକ ଭିଡିଓ

ଏ ଦୃଶ୍ୟ ଆପଣଙ୍କ ଭୟଙ୍କର ଲାଗୁଥାଇପାରେ କିନ୍ତୁ ଏହା ପ୍ରକୃତି। ଏଠାରେ ଅନେକ ସୁନ୍ଦର ଜିନିଷ ଦେଖିବାକୁ ମିଳିବା ସହିତ କିଛି ଭୟାନକ ଜିନିଷ ମଧ୍ୟ ଦେଖିବାକୁ ମିଳେ। ତେବେ ଏବେ ଏକ ବହୁତ ଖତରନାକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଏକଦମ୍ ହତବାକ୍ ହୋଇଯିବେ।

ସମୁଦ୍ରର ସବୁଠାରୁ ଶକ୍ତିଶାଳୀ ଜୀବ ହେଉଛି ସାର୍କ। ଏହାକୁ ସମୁଦ୍ରର ଟାଇଗର ବୋଲି କୁହାଯାଏ। କିନ୍ତୁ ଜଣେ ମତ୍ସ୍ୟଜିବୀ ଗୋଟେ ଅଜବ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ ଦେଖିବାକୁ ପାଇଲେ ଯେ ଏକ ସାର୍କ ଗୋଟେ ମୃତ ତିମିକୁ ଖାଉଛି। ଏ ଘଟଣା ହେଉଛି ସାଉଥ୍ କ୍ୟାରେଲୀନା କୋଷ୍ଟର ଅଟେ। ଏହିଠାରେ ହିଁ ଦେଖିବାକୁ ମିଳିଛି ଏମିତି ଭୟାନକ ଦୃଶ୍ୟ।ଭିଡିଓରେ ଆପଣ ଦେଖିବାକୁ ପାରୁଥିବେ ଯେ ଗୋଟେ ମୃତ ତିମି ମାଛ ଶରୀରକୁ ଏକ ସାର୍କ ଖାଉଛି। ସାର୍କଟି ନିଜ ମୁନିଆ ଦାନ୍ତରେ ତିମିକୁ ଖାଇଚାଲିଛି। ତେବେ ମତ୍ସ୍ୟଜୀବି କହିଛନ୍ତି ଏହି ଦୃଶ୍ୟ ତାଙ୍କ ଜୀବନର ସବୁଠାରୁ ବେଷ୍ଟ ଦିନ ଥିଲା। କାହିଁକିନା ସେ ସାର୍କକୁ ଖାଉଥିବାର ଦେଖିବାକୁ ଚାହୁଁଥିଲେ।
Spread the love