ପୁରୀରୁ ୩୫ ଲକ୍ଷ ଟଙ୍କାର ଓ ଜଗତସିଂହପୁରରୁ୧୨ ଗ୍ରାମ ବ୍ରାଉନ ସୁଗାର ଜବତ; ୧୭ ଗିରଫ

ଆଜି ଜଗତସିଂହପୁରରୁ ୧୨ ଗ୍ରାମ୍ ଓ ପୁରୀରୁ ୩୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାର ଖବର ମିଳିଛି। ଖବର ମୁତାବକ, ଆଜି ସକାଳ ୭.୩୦ରେ ଜଗତସିଂହପୁର ଜିଲ୍ଲାର ବିରିଡ଼ି ଥାନା ଅନ୍ତର୍ଗତ ଆଲଣ୍ଡା ଛକ ନିକଟରୁ ୧୨ଗ୍ରାମ ବ୍ରାଉନ ସୁଗାର ଜବତ କରାଯିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଦିନନାଥ ସେଠୀ। ବ୍ରାଉନସୁଗାର କାରବାର କରୁଥିବା ସମୟରେ ଜଗତସିଂହପୁର ଅବକାରୀ ବିଭାଗ ଦ୍ବାରା ଦିନନାଥଙ୍କୁ ଗିରଫ କରାଯାଇଛି।ସୂଚନାଯୋଗ୍ୟ, ଗଉଡ଼ୁଣିପଡ଼ିଆ ନିକଟରୁ କିଛି ଦିନ ତଳେ ଜଗତସିଂହପୁର ପୁଲିସ ୧୭.୫୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିଲା। ବ୍ରାଉନ ସୁଗାର ଜବତ କରାଯିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ଜଣକ ହେଲେ ଗଉଡ଼ୁଣିପଡ଼ିଆ ଅନ୍ତର୍ଗତ କଂସା ଗ୍ରାମର ଟିକି ମହମ୍ମଦ(୩୭)।

ଅନ୍ୟ ଏକ ଘଟଣା କ୍ରମେ ଆଜି ପୁରୀରେ ୩୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ବୋଲି ଜଣାଯାଇଛି। ବ୍ରାଉନ ସୁଗାର ମାମଲାରେ ମୋଟ ଅଭିଯୁକ୍ତ୧୬ ଜଣଙ୍କୁ ଗିରଫ କରାଯାଇଛି। ସେଥିରୁ ୧୪ ଜଣ ବ୍ରାଉନ ସୁଗାର କାରବାର କରୁଥିବା ବେଳେ ୨ଜଣ ମୁଖ୍ୟ ଯୋଗାଣକାରୀ ରହିଥିଲେ। ଅଭିଯୁକ୍ତଙ୍କଠାରୁ ଗୋଟିଏ କାର୍ ଓ ଏକ ସ୍କୁଟି  ମଧ୍ୟ ଜବତ କରାଯାଇଛି।
Spread the love