କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ନାମ ତାଲିକା ଘୋଷଣା

ଭୁବନେଶ୍ୱର ,୧୬/୦୩: ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଶ୍ରୀ ପ୍ରଦୀପ ପୁରୋହିତ ଆଜି କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ମୋର୍ଚ୍ଚାର ବିଭିନ୍ନ ବିଭାଗର ସଂଯୋଜକମାନଙ୍କ ନାମ ତାଲିକା ଘୋଷଣା କରିଛନ୍ତି । କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ହୃଷିକେଶ ଜେନା, ଶ୍ରୀରଂଜନ ମଙ୍ଗରାଜ, ଚନ୍ଦ୍ରଶେଖର ପଣ୍ଡା, ରାଧାକାନ୍ତ ମହନ୍ତ, ରାମଚନ୍ଦ୍ର ପାତ୍ର ଓ ଦୁର୍ଯ୍ୟୋଧନ ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ସାଧାରଣ ସଂପାଦକ ଭାବେ କାମାକ୍ଷା ପ୍ରଧାନ ଓ ଲକ୍ଷ୍ମଣ ବାଗ ଯାଦବ, ରାଜ୍ୟ ସଂପାଦକ ଭାବେ ବିପଦଭଂଜନ ଦାଶ, ଉପାଧ୍ୟାୟ ପାଣିଗ୍ରାହୀ, ରାଜେଶ କୁମାର ସାହୁ, ଭଗବାନ ପଣ୍ଡା, ସତ୍ୟବାଦୀ ଚଇନି, ସନ୍ତୋଷ ପ୍ରଧାନ, କାର୍ଯ୍ୟାଳୟ ସଂପାଦକ ଭାବେ ଅଶୋକ କୁମାର ମହାନ୍ତି ଏବଂ କୋଷାଧ୍ୟକ୍ଷ ଭାବେ ବିଶ୍ୱଜିତ୍ ସ୍ୱାଇଁଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । କୃଷକ ମୋର୍ଚ୍ଚାର ବିଭିନ୍ନ ବିଭାଗର ରାଜ୍ୟ ସଂଯୋଜକ ଭାବେ ସୁନିଲ ପ୍ରଧାନ, ଜିଷ୍ନୁଜୟ ମତଗଜସିଂହ, କିଶୋର ସୁତାର, ସୁବାଷ ଚନ୍ଦ୍ର ମହାନ୍ତି, କେଳୁ ଜଗଦେବ, ପ୍ରତାପ ନାୟକ, ପ୍ରଦୀପ ସାହୁ, ପ୍ରାଚୁର୍ଯ୍ୟ ହୋତା, ପୂର୍ଣ୍ଣଚନ୍ଦ୍ର ଭୁକ୍ତା, ମଧୁସୁଦନ ସାହୁ, ହିତେଶ ମହାପାତ୍ର, ସରୋଜ ସାହୁ, ଅଜୟ ସ୍ୱାଇଁ, ବିକ୍ରମ କେଶରୀ ରାଉତରାୟ, ଅମରେଶ ମିଶ୍ର ଓ ଲିଙ୍ଗରାଜ ବାରିକଙ୍କୁ ଦାୟୀତ୍ୱ ଦିଆଯାଇଛି । କୃଷକ ମୋର୍ଚ୍ଚାର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଭାବେ ବରିଷ୍ଠ ନେତା ରଂଜନ ପଟେଲ, ସଜ୍ଜନ ଶର୍ମା, ମହେଶ୍ୱର ସାହୁ, କୃଷ୍ନ ଜଗଦେବ, ଶିବାଜୀ ମହାନ୍ତି, ଭାଗିରଥୀ ପ୍ରଧାନ, ସୁରଥ ବିଶ୍ୱାଳ, ସୂର୍ଯ୍ୟ ମହାପାତ୍ର, ସୂର୍ଯ୍ୟନାରାୟଣ ଦାଶ, ସମୀର ପାତ୍ର ଓ ସନ୍ତୋଷ ମିଶ୍ରଙ୍କୁ ମନୋନୀତ କରାଯାଇଥିବାବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ୨୭ ଜଣଙ୍କୁ ମନୋନୀତ କରାଯାଇଛି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପୁରୋହିତ ପ୍ରେସ ବାର୍ତାରେ ଜଣାଇଛନ୍ତି । ଆଗାମୀ ଦିନରେ ଓଡିଶାରେ କୃଷକମାନଙ୍କ ସମସ୍ୟାକୁ ନେଇ ସାରା ରାଜ୍ୟରେ ଏକ ଦୁର୍ବାର କୃଷକ ଆନ୍ଦୋଳନ କରାଯିବ ା ଆସନ୍ତା କାଲି କୃଷକ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀମାନେ ପୁରୀ ଯାଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ରାଜ୍ୟରେ ଶୋଷିତ ହେଉଥିବା କୃଷକମାନଙ୍କ ସମସ୍ୟାକୁ ନେଇ ସାରା ରାଜ୍ୟରେ ଏକ ଜନଆନ୍ଦୋଳନ କରିବାର ସଂକଳ୍ପ ନେବେ ବୋଲି ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି ।

Spread the love