କିଟ୍‌ରେ ଆଜିଠୁ ଆରମ୍ଭ ହେଲା ଓ୍ଵାର୍ଲଡ ୟୁନିଭର୍ସିଟି ଗେମ୍‌ସ ୨୦୨୧ ଆର୍ଚେରି ଇଭେଣ୍ଟ ସିଲେକ୍ସନ ଟ୍ରାଏଲ

ଓ୍ଵାର୍ଲଡ ୟୁନିଭର୍ସିଟି ଗେମ୍‌ସ ୨୦୨୧ ଆର୍ଚେରି ଇଭେଣ୍ଟ ସିଲେକ୍ସନ ଟ୍ରାଏଲ କିଟ୍‌ କିସ୍‌ ଆର୍ଚେରି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି। ଆଜି ଠାରୁ ଆରମ୍ଭ ହୋଇଥିବା ସିଲେକ୍ସନ ଟ୍ରାଏଲ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ଟପ୍‌ ୧୬ ଜଣଙ୍କୁ ସିଲେକ୍ସନ କରାଯିବ। କାଲି ଦ୍ୱିତୀୟ ଦିନରେ ୮ ଜଣଙ୍କୁ ସିଲେକ୍ସନ କରାଯିବ। ଉଭୟ ମହିଳା ଓ ପୁରୁଷଙ୍କ ସିଲେକ୍ସନ ଟ୍ରାଏଲ ଚାଲିଛି। ୪୦ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୧୫୦ ଜଣ ଖେଳାଳି ଏହି ଟ୍ରାଏଲରେ ଭାଗ ନେଇଛନ୍ତି। ଶେଷ ପର୍ଯ୍ୟାୟରେ ଆର୍ଚେରୀ ରିକର୍ଭରୁ ୪ ଜଣ ମହିଳା ଓ ୪ ଜଣ ପୁରୁଷଙ୍କୁ ସିଲେକ୍ସନ କରାଯିବ। ସେହିଭଳି ଆର୍ଚେରି କମ୍ପାଉଣ୍ଡରୁ ୪ଜଣ ମହିଳା ଓ ୪ ଜଣ ପୁରୁଷଙ୍କୁ ସିଲେକ୍ସନ କରାଯିବ। ଯେଉଁମାନେ ମନୋନୀତ ହେବେ ସେମାନେ ଆସନ୍ତା ଅଗଷ୍ଟ ୧୮ରୁ ୨୯ ତାରିଖରେ ଚୀନର ଚେଙ୍ଗୁର୍‌ ଠାରେ ଅନୁଷ୍ଠିତ ହେବାକୁ ଥିବା ଓ୍ଵାର୍ଲଡ ୟୁନିଭର୍ସିଟି ଗେମ ୨୦୨୧ ଭାଗ ନେବେ।

Spread the love