ଅଯୋଧ୍ୟାରେ ‘ରାମସେତୁ’ର ଶୁଭାରମ୍ଭ, ଅକ୍ଷୟ କୁମାର ଫଟୋ ସେୟାର କରି କହିଲେ-‘ଜୟଶ୍ରୀ ରାମ’

ଅଭିନେତା ଅକ୍ଷୟ କୁମାରଙ୍କ ବହୁଚର୍ଚ୍ଚିତ ସିନେମା ‘ରାମସେତୁ’କୁ ନେଇ ଚର୍ଚ୍ଚା ଚାଲିଛି। ଅକ୍ଷୟ ମାର୍ଚ୍ଚ ୧୮ଅର୍ଥାତ ଆଜି ସିନେମା ସୁଟିଂ କରିବା ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି।

ସୋସିଆଲ ମିଡିଆରେ ସିନେମାର ମହୁରତର ପ୍ରଥମ ଫଟୋ ସେୟାର କରାଯାଇଛି। ଏହି ସିନେମାରେ ଅକ୍ଷୟଙ୍କ ସହ ଜ୍ୟାକଲିନ ଫର୍ନାବିସ ଏବଂ ନୂସରତ ଭରୁଚା ମଧ୍ୟ ମୂଖ୍ୟ ଭୂମିକାରେ ନଜର ଆସିବେ।

ଅକ୍ଷୟ କୁମାର ନିଜ ଟୁଇଟରେ, ଭଗବାନ ରାମ ଓ ସୀତାଙ୍କୁ ପୂଜା କରୁଥିବା ପଣ୍ଡିତଙ୍କ ଫଟୋ ସେୟାର କରିଛନ୍ତି। ଏଥିସହିତ ସେ ଲେଖିଛନ୍ତି, ଆଜି ଅଯୋଧ୍ୟାରେ ସିନେମା ରାମସେତୁ ଶୁଭାରମ୍ଭ ପାଇଁ ଭାଗବାନ ଶ୍ରୀ ରାମଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି। ଜୟ ଶ୍ରୀ ରାମ!ଆଉ ଏକ ଟୁଇଟରେ ଅକ୍ଷୟ କୁମାର ଜ୍ୟାକଲିନ ଫର୍ନାବିସ ଏବଂ ନୂସରତ ଭରୁଚାଙ୍କ ସହିତ ଫଟୋ ସେୟାର କରିଛନ୍ତି। ଏଥିସହିତ ସେ ଲେଖିଛନ୍ତି, ସ୍ପେଶାଲ ସିନେମା, ସ୍ପେଶାଲ ଆରମ୍ଭ। ସିନେମା ‘ରାମସେତୁ’ର ଟିମ ଶୁଭ ମହୁରତ ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଯାତ୍ରା ଆରମ୍ଭ ହୋଇଯାଇଛି। ଆପଣମାନଙ୍କ ‌ସ୍ନେହ ଓ ଭଲପାଇବା ଆବଶ୍ୟକ ରହିଛି। ଏହି ସିନେମା ନିର୍ଦେଶନା ଅଭିଶେକ ଶର୍ମା ଦେଇଛନ୍ତି। ଏହା ଅକ୍ଷୟ କୁମାରଙ୍କ ପ୍ରଡକ୍ସନ ହାଉସରେ କରାଯିବ।ଏହି ସିନେମାରେ ଅକ୍ଷୟଙ୍କ ସହ ଜ୍ୟାକଲିନ ଫର୍ନାବିସ ଏବଂ ନୂସରତ ଭରୁଚା ମଧ୍ୟ ମୂଖ୍ୟ ଭୂମିକାରେ ନଜର ଆସିବେ।

Spread the love