ପୁଣି ରାଜ୍ୟରେ ୧୦୦ ପାର୍‌ ହେଲା ସଂକ୍ରମିତଙ୍କ ସଂଖ୍ୟା

ମାସକ ପରେ ରାଜ୍ୟରେ ପୁଣି ୧୦୦ ପାର୍‌ ହୋଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରୁ ପୁଣି ୧୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକରେ ୨୦ ଜଣ ଓ ଖୋର୍ଦ୍ଧାରୁ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା କାରଣରୁ ଏହି ୨ ଜିଲ୍ଲାରେ କରୋନା କାୟା ବିସ୍ତାର କରିବାର ଅଧିକ ସମ୍ଭାବନା ରହିିଛି।

ନୂତନ ୧୧୦ କରୋନା ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୫୯୯ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୫ ହଜାର ୯୨୩ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୭୦୫ ଜଣ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୨ ଜଣ, ବରଗଡ଼ରୁ ୪ ଜଣ, ଭଦ୍ରକରୁ ଜଣେ, କଟକରୁ ୨୦ ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୬ ଜଣ, ଜଗ୍‌ତସିଂହପୁରରୁ ୨ ଜଣ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ୪ ଜଣ, କଳାହାଣ୍ଡିରୁ ୨ ଜଣ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ୧୫ ଜଣ, କୋରାପୁଟ୍‌ରୁ ଜଣେ, ମୟୂରଭଞ୍ଜରୁ ୯ ଜଣ, ନବରଙ୍ଗପୁରରୁ ୨ ଜଣ, ନୂଆପଡ଼ାରୁ ୯ ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୪ ଜଣ, ସୁନ୍ଦରଗଡ଼ରୁ ୭ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Spread the love