ପୁଣି 7 ରୁ 25 ଓକିଲଙ୍କ କାର୍ଯ୍ୟବନ୍ଦ

ଗୁରୁବାର ବଲାଙ୍ଗୀର ଜିଲ୍ଲା ବାର ଆସୋସିଏସନ୍‌ର ଜରୁରି ବୈଠକ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପୁନଃ ସ୍ଥାପନ ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା। ଫଳରେ ସଂଘ ପୁଣିଥରେ କାର୍ଯ୍ୟବନ୍ଦ ନିଷ୍ପତ୍ତି ନେଇଛି। ବୈଠକର ସିଦ୍ଧାନ୍ତ ଅନୁସାରେ ଚଳିତ ମାସ 7 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ଓକିଲଙ୍କ କାର୍ଯ୍ୟ ବନ୍ଦ ରହିବ। ‌ତେବେ ଜାମିନ, ଆଫିଡେଭିଟ ଓ ରେଜିଷ୍ଟ୍ରେସନ ଭଳି ଜରୁରି କାର୍ଯ୍ୟ ସ୍ବାଭାବିକ ଭାବରେ କାର୍ଯ୍ୟକାରୀ ହେବ ବୋଲି ସଂଘ ସୂଚନା ଦେଇଛି।

Spread the love