ମାଡ୍ରାସ୍ ହାଇକୋର୍ଟ ଦେଲେ କେନ୍ଦ୍ର ସରକାରଙ୍କୁ Tik Tok ବନ୍ଦ କରିବାକୁ ନିର୍ଦ୍ଦେଶ

ଆଜିର ଯୁବଯୁଢ଼ୀଙ୍କ ପ୍ରିୟ ଆପ୍ ଟିକ ଟକ ଡାଉନଲୋଡ ଉପରେ ପ୍ରତିବନ୍ଧକ ଲଗାଇବାକୁ ମାଡ୍ରାସ ହାଇକୋର୍ଟର ମଦୁରେ ବେଞ୍ଚ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ଛଡା ମାଡ୍ରାସ୍ କୋର୍ଟ ଏହି ଭିଡିଓ ଆପ୍ ଉପଲ୍ଲବ୍ଧ ଆପତ୍ତି ଜନକ କଣ୍ଟେଣ୍ଟ ଉପରେ ହଟାଇବାର ନିର୍ଦ୍ଦେଶ ଜାରି କରାଇଛନ୍ତି । କୋର୍ଟ ମିଡିଆ ଦ୍ୱାରା ଟିକ୍ ଟକ୍ ଆପ୍ ର ଭିଡିଓ ପ୍ରସାରଣ ନ କରିବାକୁ କହିଛନ୍ତି । ମାଲୁମ୍ ଅଛି କି ଏସ୍ ଏସ୍ ସୁନ୍ଦର ଓ ଜଷ୍ଟିସ୍ ଏନ୍ କିରୁବାକରନ୍ ବେଞ୍ଚ ଟିକ୍ ଟକ୍ କୁ ନେଇକରି ୟାଚିକା ଶୁଣାଣୀ କରିଛନ୍ତି । ଦାୟର ହୋଇଥିବା ୟାଚିକାରେ ଏହି କଥା କୁହାଯାଇଛି କି ମୋବାଇଲ୍ ଭିଡିଓ ଆପ୍ ଟିକ୍ ଟକ୍ ରେ ଯେଉଁ ସାମଗ୍ରୀ ଉପଲ୍ଲବ୍ଧ ଅଛି ତାହା ଭାରତୀୟ ସଂସ୍କୃତି ପାଇଁ ବିପଦ ଅଟେ । ଏହା ଆପତ୍ତି ଜନକ ଶ୍ରେଣୀରେ ଅନ୍ତର୍ଭୁକ୍ତ।ଏହାକୁ ଜଲଦି ହିଁ ବ୍ୟାନ କରାଯାଉ ।

କୋର୍ଟ ଏହି କଥା ବି କହିଛନ୍ତି କି ଭାରତରେ ଏବେ ସାଇବର୍ କ୍ରାଇମ୍ ବହୁତ ବୃଦ୍ଧି ହୋଇଛି। ଏହା ଛଡା ୟାଚିକା କର୍ତ୍ତା ଏକ ଖତରନାକ ମୁଦ୍ଧାକୁ ଉଜାଗର କରିଛନ୍ତି ।କୋର୍ଟ ଆଗକୁ କହିଛନ୍ତି କି ଗୋଟେ ତରଫରୁ ଯେଉଁଠି ଭାରତରେ ସବୁ ଦିନ ସାଇବର୍ କ୍ରାଇମ୍ ବୃଦ୍ଧି ପାଉଛି । ସେପଟେ ଆର୍ଥିକ ଅପରାଧକୁ ଏହା ବୃଦ୍ଧି କରୁଛି, ଏହି ପରି ସୁସାଇଡ୍ ଗେମ୍ ବ୍ଲୁ ହ୍ୱେଲ୍ ଆସିଥିଲା । ଯାହା ବହୁତ ଯୁବାଙ୍କ ଜୀବନ୍ ପାଇଁ ବିପଦ ସୃଷ୍ଟି କରିଥିଲା, କହିଦେବୁ କି ମୋବାଇଲ୍ ଭିଡିଓ ଆପ୍ ଟିକ୍ ଟକ୍ ଚୀନ ଦ୍ୱାରା ନିର୍ମିତ। ମହଜୁତ ସମୟରେ ଭାରତରେ ପ୍ରାୟ ୧୦୪ ମିଲିୟନ୍ ୟୁଜର୍ ଅଛନ୍ତି, ଏହି ଆପ୍ ଇଣ୍ତୋନେସିଆ ଓ ବାଙ୍ଗଲାଦେଶରେ ପୁରା ଭାବେ ବ୍ୟାନ୍ କରିଦିଆଯାଇଛି । ସେମିତି ଆମେରିକା ସରକାର ଏହି ଆପ୍ ପାଇଁ ନାନାପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି

Spread the love