ସକାଳୁ ଖାଲିପେଟରେ ଦୁଇଟି କଳା ମରିଚ, 5ଟି ରୋଗକୁ ଭଲ କରିବ

ବର୍ତ୍ତମାନ ସମୟରେ ସାଧା ଖାଦ୍ୟ ଖାଇବାକୁ  ଲୋକେ ଏତେ ପସନ୍ଦ କରୁନାହାନ୍ତି।  ବାହାରେ କିମ୍ବା ଘରେ ମଧ୍ୟ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତି । ବିଶେଷ କରି ସହରରେ ରହୁଥିବା ଲୋକମାନେ ଖାଦ୍ୟ ଉପରେ ଏତେଟା ଧ୍ୟାନ ଦଅନ୍ତି ନାହିଁ । କାମ ବ୍ୟସ୍ତରେ  ଘରେ ଖାଦ୍ୟ ତିଆରି କରି ପାରନ୍ତି ନାହିଁ । ତେଣୁ ସେମାନେ  ହୋଟେଲ କିମ୍ବା ରେସ୍ତୋରାଂରୁ ଖାଦ୍ୟ ଖାଇଥାନ୍ତି । ଏମିତି ଜୀବନ ଶୈଳୀରେ ରୋଗ ହେବା ସ୍ୱାଭାବିକ।  ଖାଦ୍ୟ ଅନୀୟମିତତା ଯୋଗୁଁ ସାଧାରଣତଃ ଗ୍ୟାସ, ପେଟକାଟିବା ଇତ୍ୟାଦି ରୋଗ  ହୋଇଥାଏ । ଘରେ ରୋଷେଇରେ ମସଲା ଥାଏ । ହେଲେ ଏତେ ପରିମାଣରେ ନଥାଏ । ଘରେ ଯେଉଁ ମସଲା ଥାଏ ସେ ଗୁଡିକରୁ କଳା ମରିଚ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । କଳା ମରିଚ ତରକାରୀରେ ପକାଇଲେ ସ୍ୱାଦିଷ୍ଟ କରିବା ସହିତ ରାଗ ମଧ୍ୟ କରିଥାଏ । ଏହା ଆମ ସ୍ୱାସ୍ଥ୍ୟପାଇଁ ବହୁତ ଉପକାରୀ।

କଳାମରିଚ ଏକ ଆୟୋବେଦିକ ଓୌଷଧ ମଧ୍ୟ । ଏଥିରେ ବହୁତ ପୋଷକ ତତ୍ତ୍ୱ ରହିଥାଏ । ଯଥା , ଆଇରନ, ପୋୟାସିୟମ, ମାଗ୍ନେସିୟମ, ଭିଟାମିନ , ଏ, ସି ଓ ଡି । ଏହି ସବୁ ଭିଟାମିନ ଶରୀରକୁ ବହୁ ରୋଗରୁ ମୁକ୍ତ କରିଥାଏ। ଯଦି ସକାଳୁ ଖାଲି ପେଟରେ ନିୟମିତ ଭାବେ ଦୁଇଟି କଳାମରିଚ ଖାଇବେ ତାହେଲେ ବହୁ ସମସ୍ୟା ଦୂର ହୋଇପାରିବ । ଗ୍ୟାସଷ୍ଟିକ, ପେଟକଟା, କୋଷ୍ଠକାଠିନ୍ୟ ପାଇଁ କଳାମରିଚ ମହୋଷଧୀ ଭଳି କାମ କରିଥାଏ। କର୍କଟ ଭଳି ଭୟଙ୍କର ରୋଗ  ହେବାରୁ କଳାମରିଚ ଶରୀରକୁ ରକ୍ଷା କରିଥାଏ।  

Spread the love