ଅଘୋରୀ ବାବାମାନେ ମହିଳାଙ୍କ ଶବ ସହ କାହିଁକି ରଖିଥାନ୍ତି ଶାରିରୀକ ସମ୍ପର୍କ

ଅଘୋରୀ ଶବ୍ଦର ଅର୍ଥ ହେଉଛି ‘‘ଆଲୋକ ଦିଗରେ’’। ଏହି ଶବ୍ଦକୁ ପବିତ୍ରତା ଏବଂ ସମସ୍ତ ଖରାପ ଜିନିଷରୁ ମୁକ୍ତ ବୋଲି ବୁଝାଯାଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଅଘୋରୀଙ୍କ ରହଣି ଏଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅଘୋରୀ ଶ୍ମଶାନରୁ ଅର୍ଦ୍ଧପୋଡ଼ା ଶବକୁ ବାହାର କରି ସେଗୁଡ଼ିକର ମାଂସ ଖାଆନ୍ତି। ସେ ଶରୀରର ଦ୍ରବ୍ୟ ମଧ୍ୟ ବ୍ୟବହାର କରନ୍ତି। କୁହାଯାଏ ଏପରି କରିବା ଦ୍ବାରା ଏମାନଙ୍କର ତନ୍ତ୍ର କରିବାର ଶକ୍ତି ବୃଦ୍ଧି ହୋଇଥାଏ।
ଶିବଙ୍କର ୫ଟି ରୂପ ମଧ୍ୟରୁ ଗୋଟିଏ ରୂପ ହେଉଛି ଅଘୋର। ଶିବଙ୍କ ଉପାସନା କରିବା ପାଇଁ ଅଘୋରୀ ଶବ ଉପରେ ବସି ତପସ୍ୟା କରିଥାନ୍ତି। ଅଘୋରୀ ୩ ପ୍ରକାରର ତପସ୍ୟା କରିଥାନ୍ତି ।

ସେଗୁଡ଼ିକ ହେଲା –
୧.ଶବ ତପସ୍ୟା-ଶବକୁ ମାଂସ ଏବଂ ମଦର ଭୋଗ ଲଗାଯାଇଥାଏ।
୨.ଶିବ ତପସ୍ୟା-ଶବ ଉପରେ ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ଶିବଙ୍କ ଉପାସନା କରାଯାଇଥାଏ।
୩.ଶ୍ମଶାନ ତପସ୍ୟା- ଯେଉଁଥିରେ ଯଜ୍ଞ କରାଯାଇଥାଏ।

ଅଘୋରୀଙ୍କ ପାଖରେ ସବୁବେଳେ ମଣିଷ ମସ୍ତିଷ୍କର ଅସ୍ଥି ରହିଥାଏ ଯାହାକୁ ସେମାନେ ଖାଇବା ସମୟରେ ପାତ୍ର ଭାବେ ବ୍ୟବହାର ବହାର କରିଥାନ୍ତି। ଏଥିପାଇଁ ତାଙ୍କୁ କାପାଳିକ କୁହାଯାଇଥାଏ। କିମ୍ବଦନ୍ତୀ ଅନୁସାରେ ଥରେ ଶିବ ବ୍ରହ୍ମାଙ୍କ ମୁଣ୍ଡ କାଟି ଦେଇଥିଲେ ଏବଂ ତାଙ୍କ ମୁଣ୍ଡ ନେଇ ସେ ପୂରା ବ୍ରହ୍ମାଣ୍ଡରେ ଚକ୍କର କାଟିଥିଲେ। ଶିବଙ୍କ ଏହି ରୂପ ଅନୁସାରେ ଅଘୋରୀ ମଧ୍ୟ ନିଜ ପାଖରେ ନରମୁଣ୍ଡ ରଖୁଥିଲେ। ଦୀକ୍ଷା ପୂର୍ବରୁ ଅଘୋରୀ ନିଜର ଶ୍ରାଦ୍ଧ ଏବଂ ପିଣ୍ଡଦାନ କରୁଥିଲେ। ଏହି ପ୍ରକ୍ରିୟାରେ ସାଧକ ନିଜକୁ ପରିବାର ଏବଂ ସମାଜ ପାଇଁ ମୃତ ସାବ୍ୟସ୍ତ କରି ନିଜ ହାତରେ ନିଜର ଶ୍ରାଦ୍ଧ କର୍ମ କରିଥାଏ। ଏପରି ବିଶ୍ବାସ ରହିଛି ଯେ ଅଘୋରୀ ସାଧୁ ଶବର ସାଧନା କରି ଶବଗୁଡ଼ିକ ସହ ଶାରିରୀକ ସମ୍ପର୍କ ମଧ୍ୟ ସ୍ଥାପନ କରିଥାନ୍ତି। ଅଘୋରୀ ଅନ୍ୟ ସାଧୁଙ୍କ ପରି ବ୍ରହ୍ମଚର୍ୟ୍ୟ ପାଳନ କରନ୍ତି ନାହିଁ। ବରଂ ଶବର ଅଙ୍ଗାରରେ ବୋଳି ହୋଇ ମନ୍ତ୍ର ଏବଂ ବାଦ୍ୟ ବଜାଇ ଶାରିରୀକ ସମ୍ପର୍କ ସ୍ଥାପନ କରିଥାନ୍ତି। ଏହି ଶାରିରୀକ ସମ୍ପର୍କ ସ୍ଥାପନ କରିବା ପ୍ରକ୍ରିୟା ମଧ୍ୟ ତପସ୍ୟାର ଏକ ଅଂଶବିଶେଷ ଖାସ୍ କରି ସେତେବେଳେ ମହିଳାଙ୍କ ମାସିକ ଧର୍ମ ଚାଲିଥାଏ। କୁହାଯାଏ ଏପରି କରିବା ଦ୍ବାରା ଅଘୋରୀଙ୍କ ଶକ୍ତି ବଢ଼ିଥାଏ।

Spread the love