ଆସନ୍ତୁ ଜାଣିବା ରାସ୍ତାରେ କ’ଣ ପାଇଁ ହୋଇଥାଏ ଧଳା-ହଳଦିଆ ଲାଇନ୍

ଆମେ ଯେବେ ରାସ୍ତାରେ ଯାଇଥାଉ ଆମକୁ ରାସ୍ତାରେ ଧଳା-ହଳଦିଆ ଲାଇନ୍ ଦେଖାଯାଏ। ଏହି ଲାଇନ୍ ଭିନ୍ନ ଭିନ୍ନ ରଙ୍ଗର ହେବା ସହ ଭିନ୍ନ ଡିଜାଇନର ମଧ୍ୟ ହୋଇଥାଏ। ଆମେ ଏହାକୁ ସବୁଦିନ ଦେଖିଥାଉ କିନ୍ତୁ ଏହାର କାରଣ ଆପଣଙ୍କୁ ଜଣା କି? ଅଧିକାଂଶ ଲୋକଙ୍କୁ ଏହାର ଅର୍ଥ ଜଣା ନଥିବ। ଆଜି ଆମେ ଏହାର କାରଣ ବିଷୟରେ ଜାଣିବା

୧.ଈଷତ୍ ଧଳା ଲାଇନ୍: ଈଷତ୍ ଧଳା ଲାଇନର ଅର୍ଥ ଏୟା ଯେ ଯେଉଁ ରାସ୍ତାରେ ଆପଣ ଯାଉଛନ୍ତି ସେହି ରାସ୍ତାରେ ଯାଆନ୍ତୁ ଏବଂ ଆପଣଙ୍କୁ ନିଜ ରାସ୍ତା ବଦଳାଇବାର ଆବଶ୍ୟକତା ନାହିଁ।

୨.ବ୍ରୋକନ୍ ହ୍ବାଇଟ୍ ଲାଇନ୍: ଏହାର ଅର୍ଥ ଆପଣ ରାସ୍ତା ବଦଳାଇବାକୁ ଚାହୁଁଛନ୍ତି ଯଦି ସାବଧାନତାର ସହ ବଦଳାନ୍ତୁ। କିନ୍ତୁ ଏଥିପାଇଁ ସୁରକ୍ଷିତ ରହିବାକୁ ହେବ।

୩.ଈଷତ୍ ହଳଦିଆ ଲାଇନ୍: ଏହି ଲାଇନର ଅର୍ଥ ଆପଣ ଅନ୍ୟ ଗାଡ଼ିଗୁଡ଼ିକୁ ଓଭରଟେକ୍ କରିପାରିବେ କିନ୍ତୁ ହଳଦିଆ ଲାଇନକୁ ଅତିକ୍ରମ କରନ୍ତୁ ନାହିଁ। ଭିନ୍ନ ଭିନ୍ନ ରାଜ୍ୟ ପାଇଁ ଏହାର ଅର୍ଥ ଭିନ୍ନ ଭିନ୍ନ ହୋଇଥାଏ। ଉଦାହରଣ ସ୍ବରୂପ-ତେଲେଙ୍ଗାନା ରାଜ୍ୟରେ ହଳଦିଆ ଲାଇନର ଅର୍ଥ ହୋଇଥାଏ ଯେ ଆପଣ ଓଭରଟେକ୍ କରିପାରିବେ ନାହିଁ।

୪.ଦୁଇଟି ହଳଦିଆ ଲାଇନ୍: ଏହାର ଅର୍ଥ ଏଠାରେ ଅତିକ୍ରମ କରିବା ମନା

୫.ବ୍ରୋକନ୍ ହଳଦିଆ ଲାଇନ୍: ଏହି ଲାଇନରେ ଆପଣ ପାସ୍ କରିପାରିବେ କିନ୍ତୁ ଏଥିପାଇଁ ଆପଣଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ।

୬.ଈଷତ୍ ହଳଦିଆ ଲାଇନ୍ ସହ ବ୍ରୋକନ ହଳଦିଆ ଲାଇନ୍: ଯଦି ଆପଣ ବ୍ରୋକନ୍ ଲାଇନ୍ ଆଡ଼କୁ ଯାଉଛନ୍ତି ତେବେ ଆପଣ ଅନ୍ୟ ଗାଡ଼ିଗୁଡ଼ିକୁ ଅତିକ୍ରମ କରିପାରିବେ କିନ୍ତୁ ଯଦି ଆପଣ ହଳଦିଆ ଲାଇନ୍ ଆଡ଼କୁ ଗତି କରୁଛନ୍ତି ତେବେ ଆପଣ ଗାଡ଼ିଗୁଡ଼ିକୁ ଅତିକ୍ରମ କରି ପାରିବେ ନାହିଁ।

Spread the love