ମହାରାଷ୍ଟ୍ରରେ ରେମଡେସିଭିରର ପ୍ରତି ଡୋଜ ପିଛା ମୂଲ୍ୟ ହେଲା ୧୧୦୦-୧୪୦୦ ଟଙ୍କା

ରାଜ୍ୟରେ ଦୈନିକ ଅଧିକ ବ୍ୟବହାର ହେଉଥିବାରୁ ଏବେ ମହାରାଷ୍ଟ୍ର‌ରେ କରୋନା ଔଷଧ ରେମଡେସିଭିରର ମୂଲ୍ୟ ବୃଦ୍ଧି କରାଯାଇଛି। ‌ଏବେ ମହାରାଷ୍ଟ୍ରରେ ଲୋକଙ୍କୁ ୧୧୦୦-୧୪୦୦ ଟଙ୍କା ଦେଇ କରୋନା ଔଷଧ ରେମଡେସିଭିର କିଣିବାକୁ ପଡ଼ିବ। ଏନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ। ଆଜି ରାଜ୍ୟରେ କରୋନା ପରିସ୍ଥିତିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, “କରୋନା ଔଷଧ ରେମଡେସିଭିର ପ୍ରତି ଡୋଜର ମୂଲ୍ୟ ୧୧୦୦-୧୪୦୦ ଟଙ୍କା ମଧ୍ୟରେ ରଖାଯିବ। ରାଜ୍ୟରେ ଲୋକେ ଦୈନିକ ୫୦,୦୦୦ ଡୋଜ ଖାଉଥିବାରୁ ଆମକୁ ଅଧିକ ସଂଖ୍ୟକ ରେମଡେସିଭର୍ ଡୋଜ୍ ଦରକାର।
ତେବେ ମୂଲ୍ୟ ବୃଦ୍ଧି ବିଷୟରେ ସୂଚନା ଦେବା ସହ ମହାରାଷ୍ଟ୍ରରେ ୩ପ୍ରତିଶତ ଟିକା ନଷ୍ଟ ହେଉଥିବା ବିଷୟରେ ଜଣାଇଥିଲେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ଏହା ସହ ରାଜ୍ୟରେ ନୂଆ ଷ୍ଟ୍ରେନ ପାଇଁ ସଂକ୍ରମଣ ଦ୍ରୁତ ବେଗରେ ବଢ଼ୁଛି। କାରଣ ଏବେ କରୋନା ଆକ୍ରାନ୍ତଙ୍କ ପାଖରେ ପୂର୍ବ ଲକ୍ଷଣ ଦେଖାଯାଉନାହିଁ। ବିଭିନ୍ନ ରୋଗୀଙ୍କ ପାଖରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଉଥିବା କହିଥିଲେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

Spread the love