ହାତୀକୁ କାନ୍ଧରେ ବସାଇ ଦୌଡିଲେ ବ୍ୟକ୍ତି, ଭିଡିଓ ଭାଇରାଲ

ଆପଣ ବାହୁବଲୀ ଫିଲ୍ମର ଦୃଶ୍ୟ ଦେଖିଥିବେ। କିନ୍ତୁ ଏବେ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅବିକଳ ସେହି ଦୃଶ୍ୟ ଏଇଠି ଆପଣ ଦେଖିପାରିବେ। ଜୀବଜନ୍ତୁଙ୍କୁ ନେଇ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏହି ସବୁ ମଧ୍ୟରେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଗୋଟେ ଛୋଟ ହାତୀ ଛୁଆକୁ ଧରି ଦୌଡୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଦେଖି ଲୋକ ଆଶ୍ଚର୍ଯ୍ୟ ହେବା ସହିତ ଲୋକଟିର ସାହସକୁ ପ୍ରଶଂସା ବି କରୁଛନ୍ତି।

ଲୋକେ ବ୍ୟକ୍ତିଙ୍କର ପ୍ରଶଂସା କରି କହୁଛନ୍ତି ଯେ ଇଏ ହେଉଛନ୍ତି ଅସଲୀ ‘ବାହୁବଲୀ’। ଏହି ଭିଡିଓକୁ ଇଣ୍ଡିଆନ୍ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ଭିଡିଓକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ରିୟଲ ବାହୁବଲୀ। ବାହୁବଲୀ ଯେମିତି ହାତୀ ସହ ଲଢ଼େଇ କରିବାର ସମର୍ଥ ରଖୁଥିଲେ ସେମିତି ଏହି ବ୍ୟକ୍ତି ଜଣଙ୍କ ଏକଦମ୍ ବାହୁବଲୀ ଭଳି ହାତୀକୁ ଟେକି ଟେକି ନେଉଛନ୍ତି। ହାତୀ ଛୁଆଟି କାଦୁଅରେ ଫସି ଯାଇଥିଲା, କିନ୍ତୁ ଜଙ୍ଗଲରେ ପୀଡିତ ଛୋଟ ହାତୀର ଜୀବନ ରକ୍ଷା ପାଇଗଲା। ଜଣେ ବ୍ୟକ୍ତି ନିଜ କାନ୍ଧରେ ବସାଇ ଛୋଟ ହାତୀକୁ ଚିକିତ୍ସା କରି ପୁଣି ଜଙ୍ଗଲକୁ ଫେରାଇଛନ୍ତି। ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓ ସେୟାର ହେବାର କିଛି ସମୟ ଭିତରେ ୮ ହଜାରରୁ ଅଧିକ ଜଣ ଦେଖିସାରିଲେଣି।

Spread the love