News ରାଜ୍ୟ ମଧୁସୂଦନ ଆଇନ ମହାବିଦ୍ୟାଳୟ ହେବ ବିଶ୍ୱବିଦ୍ୟାଳୟ, ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ April 8, 2021April 8, 2021 Satya state କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟ ଆସନ୍ତା ୨୮ ତାରିଖରୁ ବିଶ୍ୱବିଦ୍ୟାଳୟରେ ପରିଣତ ହେବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ ୨୮ ତାରିଖରେ ମଧୁବାବୁଙ୍କ ଜୟନ୍ତୀ ପାଳିତ ହେବାକୁ ଥିବାବେଳେ ସେହିଦିନ ଠାରୁ ଏହି କଲେଜ ବିଶ୍ୱବିଦ୍ୟାଳୟ ହେବ।ଗତବର୍ଷ ଜୁନ ୧୧ ତାରିଖରେ ରାଜ୍ୟର ଏହି ସର୍ବ ପୁରାତନ ଆଇନ କଲେଜ କୁ ବିଶ୍ୱବିଦ୍ୟାଳୟ କରିବାକୁ ଘୋଷଣା କରାଯାଇଥିଲା। କିନ୍ତୁ ବିଭିନ୍ନ କାରଣରୁ ଏହା କାର୍ଯ୍ୟକାରୀ କରିବାରେ ବିଳମ୍ବ ହୋଇଥିଲା। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଆଇନ କଲେଜ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। Post Views: 343 Spread the love
କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟ ଆସନ୍ତା ୨୮ ତାରିଖରୁ ବିଶ୍ୱବିଦ୍ୟାଳୟରେ ପରିଣତ ହେବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ ୨୮ ତାରିଖରେ ମଧୁବାବୁଙ୍କ ଜୟନ୍ତୀ ପାଳିତ ହେବାକୁ ଥିବାବେଳେ ସେହିଦିନ ଠାରୁ ଏହି କଲେଜ ବିଶ୍ୱବିଦ୍ୟାଳୟ ହେବ।ଗତବର୍ଷ ଜୁନ ୧୧ ତାରିଖରେ ରାଜ୍ୟର ଏହି ସର୍ବ ପୁରାତନ ଆଇନ କଲେଜ କୁ ବିଶ୍ୱବିଦ୍ୟାଳୟ କରିବାକୁ ଘୋଷଣା କରାଯାଇଥିଲା। କିନ୍ତୁ ବିଭିନ୍ନ କାରଣରୁ ଏହା କାର୍ଯ୍ୟକାରୀ କରିବାରେ ବିଳମ୍ବ ହୋଇଥିଲା। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଆଇନ କଲେଜ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।