ବନ୍ଦ ହେବନି ଉତ୍କଳ ବିଶ୍ୱ ବିଦ୍ୟାଳୟ ହଷ୍ଟେଲ : ମନ୍ତ୍ରୀ

ଭୁବନେଶ୍ୱର, ୯/୪;  ବନ୍ଦ ହେବନି ଉତ୍କଳ ବିଶ୍ୱ ବିଦ୍ୟାଳୟ ହଷ୍ଟେଲ । ଖୋଲା ରହିବ ହଷ୍ଟେଲ। ଉଚ୍ଚ ଶିକ୍ଷା  ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତି ନେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର କ ରୋ ନା ସଂକ୍ରମଣ  ତୀରିବ୍ର ଗତିରେ ବୃଦ୍ଧି ପାଉଥିବାବେଳେ ତାହାକୁ ଦୃଷ୍ଟିରେ ରଖି ବାଣୀବିହାରର ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇ ଥିଲା। ଏହାକୁ ବିରୋଧ କରି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଆଜି ଶତାଧିକ ସଂଖ୍ୟାରେ ଏକ ଶୋଭଯାତ୍ରାରେ ଆସି ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଓଭରବ୍ରିଜ ତଳେ ଜାତୀୟ ରାଜପଥ ଅବରୋଧ କରିଥିଲେ।

ଏହାଫଳରେ ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି । ଛାତ୍ରଛାତ୍ରୀଙ୍କର କହିବା କଥା ଯେ ସରକାର ଯଦି ମଦ ଦୋକାନ, ଖୋଲା ରଖିପାରୁଛନ୍ତି, ତେବେ ଶିକ୍ଷାନୁଷ୍ଠାନକୁ କାହିଁକି ବନ୍ଦ କରାଯିବ । ସବୁଠାରୁ ବଡ ପ୍ରଶ୍ନ ସେମାନେ ଉଠାଇଛନ୍ତି ରାଜ୍ୟରେ ଅନୁଷ୍ଠିତ ହେଉଥିବା ଉନର୍ନିବାଚନକୁ ନେଇ । ସେମାନେ କହିଛନ୍ତି, ପିପିଲି ଉପନିର୍ବାଚନରେ ହେଉଥିବା ପ୍ରଚାର, ସଭା, ସମାବେଶରେ ହଜାର ହଜାର ସଂଖ୍ୟାରେ ଲୋକ ଏକତ୍ର ହେଉଛନ୍ତି ଏବଂ ସେଠାରେ କୋଭିଡ ନିୟମାବଳୀ ପାଳନ କରାଯାଉନାହିଁ । ଅନ୍ୟପକ୍ଷରେ କୋଭିଡ ସଂକ୍ରମଣ ଆଳରେ ହଷ୍ଟେଲ ଖାଲିକରିବାକୁ ସେମାନଙ୍କୁ କୁହାଯିବା ସଂପୂର୍ଣ୍ଣ ଭାବରେ ବେଆଇନ ।
ଏହି ଆନ୍ଦୋଳନ ରେ ଛାତ୍ର ନେତା ମାନସ କୁମାର ସାହୁ, ଆଖିଲେଶ ଯାଦବ, ମହେଶ ପ୍ରସାଦ, ଭବରଞ୍ଜନ ବେହେରା ,ରାଜେଶ ପରିଡା, ସ୍ଵୟଂଜିତ ପଟ୍ଟନାୟକ, ଅରମାନ ଜେନା, ଅନନ୍ୟା ବେହେରା, ମନୀଷା ସାମଲ ,ସତ୍ୟଭାମା ସାମଲ, ସ୍ୱାଗତିକ ଜେନା ପ୍ରମୁଖ ନେତୃତ୍ୱ ନେଇଥିଲି। ତାପରେ BMC commissioner ଙ୍କୁ ଭେଟି ଦାବି ଦିଆଗଲା ,ସେ ଦାବି ମାନିଲେ ହଷ୍ଟେଲ ଖୋଲା ରହିବ କିନ୍ତୁ covid ନିୟମ କୁ ମାନିବାକୁ ପଡିବ।

Spread the love