ଦୈନିକ କେତେ ମାତ୍ରାରେ ପ୍ରୋଟିନ ଗ୍ରହଣ କରିବା ଆବଶ୍ୟକ, ଜାଣନ୍ତୁ

ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏହା ଆମ ସମସ୍ତେ ପ୍ରାୟ ଜାଣିଛେ। କିନ୍ତୁ ସୁସ୍ଥ ଶରୀର ପାଇଁ କେବଳ ପୋଷକ ତତ୍ତ୍ୱ ଯୁକ୍ତ ଭୋଜନ କରିବା ଜରୁରୀ ନୁହେଁ ବରଂ ଏହାସହ ପ୍ରୋଟିନ ଯୁକ୍ତ ଖାଦ୍ୟ ମଧ୍ୟ ନିହାତି ଜରୁରୀ। ଶରୀରରେ ପ୍ରୋଟିନ ମାଂସପେଶୀ ସହ କୋଶିକାଗୁଡିକର ବିକାଶରେ ମଧ୍ୟ ସହାୟକ ହୋଇଥାଏ। କିନ୍ତୁ ଏହିସବୁ ଖାଦ୍ୟକୁ ଆମେ ଗ୍ରହଣ କରିବା ସମୟରେ ଏହାର ନିର୍ଦ୍ଦିଷ୍ଟ ସୀମା ରହିବା ଆବଶ୍ୟକ। ଏହାର ଅଧିକମାତ୍ରାରେ ସେବନ କରିବା ଦ୍ୱାରା ଏହା ଆମ ଶରୀର ପାଇଁ ହାନିକାରକ ହୋଇଥାଏ। ତେଣୁ ଆମେ ଆପଣଙ୍କୁ କହିବୁ ଦିନକୁ ଆପଣ କେତେ ମାତ୍ରାରେ ପୋଟ୍ରିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।

ବିଶେଷଜ୍ଞଙ୍କ କହିବାନୁଯାୟୀ ଶରୀରରେ ପ୍ରୋଟିନ ନୂଆ କୋଶିକାମାନଙ୍କ ବିକାଶରେ ସହାୟକ ହୋଇଥାଏ। ଏଥିପାଇଁ ଯେଉଁମାନେ ଅଧିକ ପରିଶ୍ରମ କରୁନାହାଁନ୍ତି ସେମାନେ ପ୍ରତିଦିନ ନିଜ ଶରୀରର ଓଜନ ହିସାବରେ ମାତ୍ର ୦.୭୫ଗ୍ରାମ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।ପ୍ରତିଦିନ ଜଣେ ପୁରୁଷଙ୍କୁ ୫୫ଗ୍ରାମ ଓ ମହିଳାମାନଙ୍କୁ ୪୫ ଗ୍ରାମର ପ୍ରୋଟିନ ଯୁକ୍ତ ଖାଦ୍ୟ ନିଜ ଖାଦ୍ୟରେ ସାମିଲ କରିବା ଆବଶ୍ୟକ। ଜଣେ ବ୍ୟକ୍ତି ଦୈନିକ ମୋଟ ୨୦ ରୁ ୩୫ ଗ୍ରାମ ପ୍ରତିଶତ ପ୍ରୋଟିନ ଖାଇବା ଉଚିତ।
ବୟସ୍କ ଲୋକମାନଙ୍କୁ ଅଧିକ ପ୍ରୋଟିନର ଆବଶ୍ୟକତା ନଥାଏ। ବୟସ ବଢ଼ିବା ସହ ସେମାନଙ୍କ ମାଂସପେଶୀ ଦୁର୍ବଳ ହୋଇଯାଏ। ସର୍ଭେ ଅନୁଯାୟୀ ବୟସ୍କ ମାନଙ୍କୁ ତାଙ୍କ ଓଜନ ଅନୁଯାୟୀ ୧.୨ଗ୍ରାମ ପ୍ରତି କିଲୋ ପ୍ରୋଟିନ ଗ୍ରହଣ କରିବା ଆବଶ୍ୟକ।

ତେବେ ଶରୀରରେ ପ୍ରୋଟିନର ମାତ୍ରା କମିଗଲେ ଶରୀର ହାଲିଆ ଲାଗେ। ଏହାସହ କୌଣସି କାମରେ ମନ ଲାଗି ନଥାଏ। ଏହି ସମସ୍ୟା ପାଇଁ ବ୍ୟକ୍ତିର କେଶ ଜନିତ ସମସ୍ୟା ମଧ୍ୟ ଦେଖାଯାଏ। । ତେବେ କ୍ଷୀର, ପନୀର, ଦହି ଆଦି ଖାଦ୍ୟରେ ଅନେକ ମାତ୍ରାରେ ପ୍ରୋଟିନ ରହିଥାଏ। ଏହାସହ ଅଣ୍ଡା, ବିନସ୍‌,ଡ୍ରାଏଫ୍ରୁଟ୍ସ , ସି-ଫୁଡ ସହ ଡାଲି ଜାତୀୟ ଖାଦ୍ୟରେ ପ୍ରଚୁର ପାରିମାଣର ପ୍ରୋଟିନ ରହିଥାଏ। ତେଣୁ ଆପଣମାନେ ମଧ୍ୟ ନିଜ ଶରୀରର ଓଜନ ହିସାବରେ ପ୍ରୋଟିନ ଖାଆନ୍ତୁ ଏବଂ ନିିଜକୁ ସୁସ୍ଥ ରଖନ୍ତୁ।

 

 

Spread the love