ବଡ଼ ଖବର: ଏହି ଜିଲ୍ଲାରେ ଅନିର୍ଦ୍ଧିଷ୍ଟ କାଳ ଯାଏ ଲାଗିଲା ଲକ୍‌ଡାଉନ୍

ଭୋପାଳ: କରୋନା ମହାମାରୀ ରୂପ ବଦଳାଇ ସଂହାର ଲୀଳା ରଚିଥିବା ବେଳେ ଏବେ ପୁଣି ଥରେ ବିପଦ ମୁହାଁ ମଣିଷ। ଭାରତରେ କରୋନାର ରୂପ ପୁଣି ଥରେ ଭୟଙ୍କର ହେଉଥିବା ବେଳେ ଶହ ଶହ ଲୋକଙ୍କ ଜୀବନ ଯାଉଛି। କରୋନାରେ ବ୍ରେକ୍‌ ଲାଗଇବାକୁ ବିଭିନ୍ନ ରାଜ୍ୟ ସରକାରଙ୍କ ଉଦ୍ୟମ୍‌ ମଧ୍ୟ ଫେଲ୍‌ ମାରୁଛି। ଗୋଟିଏ ପଟେ ଟିକାକରଣ ଜୋରଦାର ହୋଇଥିବା ବେଳେ ସଂକ୍ରମଣ ମଧ୍ୟ ହୁ ହୁ ହୋଇ ବଢ଼ିଚାଲିଛି।

ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି  ପୁଣି ବୃଦ୍ଧି ପାଉଛି ମୃତକଙ୍କ ସଂଖ୍ୟା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୫ ରାଜ୍ୟରେ ୭୨ ପ୍ରତିଶତ ଆକ୍ଟିଭ୍‌ ମାମଲା ରହିଛି। ସେପଟେ ମଧ୍ୟପ୍ରଦେଶରେ ସଂକ୍ରମଣ ବଢ଼ିଛି। ଏହାକୁ ନଜରରରେ ରଖି ଜବଲପୁର ଜିଲ୍ଲାପାଳ ବଡ଼ ଘୋଷଣା କରିଛନ୍ତି। ୧୨ ଏପ୍ରିଲ ପର୍ଯ୍ୟନ୍ତ ଲାଗିଥିବା ଲକ୍‌ଡାଉନ୍‌ ଅବଧିକୁ ଅନିଶ୍ଚିତ କାଳ ଯାଏ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି।

ଜବଲପୁରରେ ଲାଗିଥିବା ଲକ୍‌ଡାଉନ୍‌ ପରବର୍ତ୍ତୀ ନିର୍ଦେଶ ଯାଏ ବଳବତ୍ତର ରଖିବାକୁ ନିଷ୍ପତ୍ତି ହୋଇଥିବା ନେଇ  ଜବଲପୁର ଡିଏମ ଏବଂ ଜିଲ୍ଲାପାଳ ଶନିବାର କହିଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ସେପଟେ ମହାରାଷ୍ଟ୍ରରେ ଏବେ ଲକ୍‌ଡାଉନ୍‌ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଶନିବାର ହୋଇଥିବା ସର୍ବଦଳୀୟ ବୈଠକରେ ଲକ୍‌ଡାଉନ୍‌ ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।

Spread the love